ପଶ୍ଚିମବଙ୍ଗରେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ପଶ୍ଚିମବଙ୍ଗରେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ସରକାରଙ୍କ ହୀନମନ୍ୟତା ଏବେ ପଦାରେ ପଡ଼ିଛି! ଓଡ଼ିଶା ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ଧରୁନଥିବା ବେଳେ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଫିସର ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଘରୋଇ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି।

ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ଭାବେ କାର୍ଯ୍ୟରତ ଓଡ଼ିଆ ଆଇଏଏସ୍‌ ଅଫିସର ସ୍ମୃତିରଞ୍ଜନ ମହାନ୍ତି ଏକ ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ବୀରଭୂମ ଜିଲ୍ଲା ରାମପୁରହାଟ ଥାନାକୁ ଯାଇଥିଲେ। ସେଠାରେ ଏସ୍‌ଡିପିଓ ପହଞ୍ଚି ତାଙ୍କୁ ନିର୍ଯାତନା କରିଥିଲେ। ଏପରିକି ତାଙ୍କୁ ବହୁ ସମୟ ଧରି ଅଟକାଇ ରଖିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଜାଣିପାରି ସେଠାରେ ପହଞ୍ଚି ସ୍ମୃତିରଞ୍ଜନଙ୍କୁ ମୁକୁଳାଇ ଆଣିଥିଲେ।

ଏନେଇ ସ୍ମୃତିରଞ୍ଜନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।



from Odisha Reporter https://ift.tt/2KutjI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages