ପ୍ରମାଣ ଅଭାବରୁ କ୍ଲିନ୍‌ଚିଟ୍‌ ପାଇବେ ସିବିଆଇ ମୁଖ୍ୟ ଆଲୋକ ବର୍ମା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ପ୍ରମାଣ ଅଭାବରୁ କ୍ଲିନ୍‌ଚିଟ୍‌ ପାଇବେ ସିବିଆଇ ମୁଖ୍ୟ ଆଲୋକ ବର୍ମା!

ନୂଆଦିଲ୍ଲୀ: ବିବାଦୀୟଭାବେ ଛୁଟିରେ ଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ତାଙ୍କ ଅଧୀନସ୍ଥ ଅଧିକାରୀ ରାକେଶ ଅସ୍ଥାନା ଆଣିଥିବା ଲାଞ୍ଚ ଅଭିଯୋଗର ତଦନ୍ତରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ (ସିଭିସି) କିଛି ମଧ୍ୟ ପ୍ରମାଣ ପାଇନଥିବା ଜଣାଯାଇଛି। ଏନଦିଟିଭି ସୂତ୍ରରୁ ଜଣାଯାଇଛି, ଆଲୋକ ବର୍ମା କିଛି ଟଙ୍କା କାରବାର କରିଥିବାର ପ୍ରମାଣ ମିଳିନାହିଁ। ତେଣୁ ତାଙ୍କ ନାମରେ ଆସିଥିବା ଲାଞ୍ଚ ଅଭିଯୋଗରୁ ତାଙ୍କୁ ମୁକ୍ତ କରିଦିଆଯିବାର ସମ୍ଭାବନା ବଢ଼ିବାରେ ଲାଗିଛି। କିନ୍ତୁ ଆଲୋକ ବର୍ମା “administrative lapses” ବା “ପ୍ରଶାସନିକ ତ୍ରୁଟି” କରିଥିବାର ପ୍ରମାଣ ସିଭିସିଙ୍କ ହସ୍ତଗତ ହୋଇଛି।

ସିଭିସି ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଆସନ୍ତାକାଲିଠାରୁ ଶୁଣାଣି ଆରମ୍ଭ ହେବାର ଅଛି, ତେଣୁ କାଲି ହିଁ ଆଲୋକ ବର୍ମା ତାଙ୍କ ନାମରେ ଆସିଥିବା ମୁଖ୍ୟ ଅଭିଯୋଗରେ କ୍ଲିନ୍‌ଚିଟ୍‌ ପାଇବାର ସମ୍ଭାବନା ଅଛି। ଏହି ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ , କିନ୍ତୁ ସିଭିସି ଗୋଟିଏ ଦିନ ଡେରିରେ ଏହାକୁ ଦାଖଲ କରି କ୍ଷମା ପ୍ରାର୍ଥନା କରିଥିଲେ।

ଆଲୋକ ବର୍ମା ମଧ୍ୟ ରାକେଶ ଆସ୍ଥାନାଙ୍କ ବିରୋଧରେ ସମାନ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ମଧ୍ୟ ହେବାର ସମ୍ଭାବନା ରହିଛି। ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ଏମ୍‌ ନାଗେଶ୍ୱର ରାଓ ଅକ୍ଟୋବର ୨୪ ତାରିଖ ଭୋର ୨ଟା ବେଳକୁ ଦାୟିତ୍ୱ ନେବାପରେ ଆଲୋକ ବର୍ମାଙ୍କ ନିକଟତର କୁହାଯାଉଥିବା ୧୨ ଜଣଙ୍କ ବଦଳି ନିର୍ଦ୍ଦେଶ ଦେବା ବାବଦରେ ମଧ୍ୟ ଏହି ରିପୋର୍ଟରେ ତଥ୍ୟ ରହିଛି। ଏକେ ବାସି ନାମକ ଜଣେ ଅଧିକାରୀଙ୍କୁ ଆଣ୍ଡାମାନ୍‌ ବଦଳି କରାଯିବାକୁ ନେଇ ସେ ସୁପ୍ରିମ୍‌କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି।



from Odisha Reporter https://ift.tt/2PvEiX9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages