ଅନ୍ତିମ ଟି୨୦ ମ୍ୟାଚ୍‌ ସହିତ ସିରିଜ୍‌ ଭାରତର ସିରିଜ୍‌ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଅନ୍ତିମ ଟି୨୦ ମ୍ୟାଚ୍‌ ସହିତ ସିରିଜ୍‌ ଭାରତର ସିରିଜ୍‌ ବିଜୟ

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ସହିତ ସମ୍ପୂର୍ଣ୍ଣ ଟି୨୦ ସିରିଜ୍‌କୁ ହାତେଇ ନେଇଛି ଟିମ୍‌ ଇଣ୍ଡିଆ। ଓପନର ଶିଖର ଧୱନ୍‌ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଦବ୍‌ଦବା ପ୍ରଦର୍ଶନ କରିଥିଲାବେଳେ ତାଙ୍କୁ ଏଥିରେ ଆକର୍ଷଣୀୟ ସହଯୋଗ ଦେଇଥିଲେ ରିଷଭ୍‌ ପନ୍ତ। କିନ୍ତୁ ଏପରି ଇନିଂସ ସତ୍ତ୍ୱେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଧାର୍ଯ୍ୟ କରିଥିବା ୧୮୨ ରନ୍‌ର ବୃହତ ଟାର୍ଗେଟ୍‌କୁ ଚେଜ୍‌ କରିବା ଟିମ୍‌ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡ଼ିଥିଲା। ଶେଷ ବଲ୍‌ ଯାଏ କଥା ଯାଇଥିଲା ଏବଂ ଶେଷରେ ଭାରତ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିବା ସହିତ ସମଗ୍ର ଟି୨୦ ସିରିଜ୍‌ରେ ବିଜୟ ଲାଭ କରିପାରିଥିଲ।

ଭାରତର ଇନିଂସ୍‌ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ୬ ବଲ୍‌ରୁ ୪ ରନ୍‌ କରିଥିବା ସମୟରେ କିମୋ ପଲ୍‌ଙ୍କ ବଲ୍‌ରେ କାର୍ଲ୍‌ସ୍‌ ବ୍ରେଥୱେଟ୍‌ଙ୍କ ହାତରେ ଧରାପଡ଼ି ସଅଳ ବିଦାୟ ନେଇଥିଲେ। ଏହାପରେ କ୍ରିଜ୍‌କୁ ଓହ୍ଲାଇଥିବା ଲୋକେଶ ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲେ ମଧ୍ୟ ୧୦ ବଲ୍‌ରେ ୧୭ ରନ୍‌ କରି ଓସାନେ ଟୋମାସ୍‌ଙ୍କ ଶିକାର ହୋଇଥିଲେ। ରାହୁଲ ବିଦାୟ ନେବାପରେ ଗୋଟିଏ ପଟେ ୱିକେଟ୍‌ ସମ୍ଭାଳି ଆସିଥିବା ଧୱନ୍‌ ଚିରାଚରିତଭାବେ ଧୂଆଁଧାର ବ୍ୟାଟିଂ କରିବା ଜାରି ରଖିଥିଲେ ଏବଂ ତାଙ୍କୁ ଏଥିରେ ଲଢ଼ୁଆ ସାଥ୍‌ ଦେଇଥିଲେ ରିଷଭ ପନ୍ତ। ରିଷଭ୍‌ ୩୮ ବଲ୍‌ରେ ୫୮ରନ୍‌ କରି ବିଦାୟ ନେବାବେଳକୁ ଜିତିବା ସ୍ଥିତି ପ୍ରାୟ ଆସିଯାଇଥିଲେ ମଧ୍ୟ ବଲ୍‌ ପିଛା ରନ୍‌ ପ୍ରାୟ ସମାନ ଥିବାରୁ ସଂକଟଜନକ ପରିସ୍ଥିତି ହୋଇଥିଲା।

ଏପରିକି ଧୱନ୍‌ ଏପରି ସମୟରେ ବଡ଼ ଶଟ୍‌ ଖେଳି ବିଦାୟ ନେଲେ ଯେତେବେଳକୁ ଭାରତ ଜିତିବାପାଇଁ ୨ ବଲ୍‌ରେ ଏକ ରନ୍‌ ଆବଶ୍ୟକ କରୁଥିଲା। ସେ ୯୨ ରନ୍‌ରେ ଆଲେନ୍‌ଙ୍କ ବଲ୍‌ରେ ପୋଲାର୍ଡଙ୍କ ହାତରେ ଧରାପଡ଼ିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଦିନେଶ କାର୍ତ୍ତିକ ଅନ୍ତିମ ବଲ୍‌ରେ ସିଙ୍ଗିଲ୍‌ ଚୋରାଇନେଇ ଦଳକୁ ବିଜୟୀ କରାଇଥିଲେ।



from Odisha Reporter https://ift.tt/2DzcHhC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages