ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆକୁ ଫେରିବେ ହାର୍ଦ୍ଦିକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆକୁ ଫେରିବେ ହାର୍ଦ୍ଦିକ!

ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁ ଏସିଆ କପ୍‌ ଅଧାରୁ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କମ୍‌ବ୍ୟାକ୍‌ର ସଙ୍କେତ ଦେଇଛନ୍ତି। ଆହତଜନିତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଟେଷ୍ଟ୍‌ ସିରିଜ୍‌ରୁ ହାର୍ଦ୍ଦିକ ବାଦ୍‌ ପଡ଼ିଛନ୍ତି।

ହେଲେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ଟିମ୍‌କୁ କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତ ବୋଲି ପ୍ରମାଣ ଦେବାକୁ କିଛି ଭିଡିଓ ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି। ଏଥିସହ ସେ ଏଥିରେ ଲେଖିଛନ୍ତି ଯେ “ ଏବେ ମୁଁ ସଂପୂର୍ଣ୍ଣ ଫିଟ୍‌। ଅଷ୍ଟ୍ରେଲିଆ ବିପକ୍ଷ ଜାନୁଆରୀରେ ଆରମ୍ଭ ହେଉଥିବା ଦିନିକିଆ ପାଇଁ ଅଧିକ ପରିଶ୍ରମ କରୁଛି।

ଫିଟ୍‌ନେସ୍‌ ଫେରି ପାଇବାକୁ ମୁଁ ମୁମ୍ବାଇରେ ବୋଲିଂ ସେସନ୍‌ରେ ଯୋଗ ଦେଇଥିଲି। ଦୀର୍ଘ ୬୦ ଦିନ ପରେ ମୁଁ ପୁଣି ବୋଲିଂ କରିବା ଆରମ୍ଭ କରିଛି। ଦିନିକିଆରେ କିଛି ଓଭର୍‌ ବୋଲିଂ କରିବା ପରେ ମୁଁ ପୁଣିଥରେ ପୂରୁଣା ଲୟକୁ ଫେରିପାରିବି।”

ଚଳିତ ବର୍ଷ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ହାର୍ଦ୍ଦିକ ହଠାତ୍‌ ତଳେ ପଡ଼ି ଯାଇଥିଲେ। ସେବେଠାରୁ ସେ ଫିଟନେସ ସମସ୍ୟା ଭୋଗ କରୁଛନ୍ତି। ଏବେ ସେ ସୁସ୍ଥ ଥିବାରୁ ଦିନିକିଆ ଟିମ୍‌ ଘୋଷଣା ବେଳେ ଚୟନ କମିଟି ନିଶ୍ଚିତ ଭାବେ ହାର୍ଦ୍ଦିକଙ୍କ ନାଁ ବିଚାରକୁ ନେବ ବୋଲି କୁହାଯାଉଛି।

ଜାନୁଆରୀ ୧୨ରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ।



from Odisha Reporter https://ift.tt/2OTIAT3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages