
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ପ୍ରଥମେ ବାହାଘର ଆଉ ଏବେ ରିସେପ୍ସନ୍ ପାର୍ଟି-୧କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା। ଆମେ କହୁଛୁ ବି’ଟାଉନ୍ର ନ୍ୟୁଲି ମ୍ୟାରେଡ୍ କପଲ୍ ଦୀପ୍ବୀର୍ଙ୍କ ବେଙ୍ଗାଲୁରୁରେ ଆୟୋଜିତ ପ୍ରଥମ ରିସେପ୍ସନ୍ ପାର୍ଟିର କଥା।
ଇଟାଲୀର ଲେକ୍ କୋମୋରେ ବିବାହ ସାରି ଭାରତ ଫେରିବା ପରେ ଷ୍ଟାର୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପ୍ରଥମେ ଶାଶୂ ଘରକୁ ଯାଇ ପରେ ବାପଘରକୁ ଆସିଥିଲେ। ସେଠାରେ ଦୀପିକାଙ୍କ ବାପା ମା’ଙ୍କ ପକ୍ଷରୁ ବୁଧବାର ଏକ ଗ୍ରାଣ୍ଡ୍ ରିସେପସନ୍ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ରିସେପ୍ସନ୍ ପାର୍ଟିରେ ପାଦୁକୋନ୍ ପରିବାରର ନିକଟତମ କିଛି ବନ୍ଧୁଙ୍କ ସହ ସମ୍ପର୍କୀୟମାନେ ସାମିଲ୍ ହୋଇଥିଲେ। ପାର୍ଟିରେ ଉଭୟ ଦୀପିକା ଓ ରଣବୀର୍ଙ୍କୁ ରୟାଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ରଣବୀର୍ ମଖମଲି କଳା ଓ ଗୋଲ୍ଡେନ୍ ସେର୍ୱାନିରେ ଜଣେ ରାଜାଙ୍କ ପରି ଦେଖାଯାଉଥିବାବେଳେ ଗୋଲ୍ଡେନ ଶାଢ଼ୀ ପିନ୍ଧିଥିବା ଦୀପିକା ବି କୌଣସି ରାଣୀଙ୍କ ଠାରୁ କମ୍ ଲାଗୁ ନ ଥିଲେ।
ଦୁହେଁ ଏକାଠି ବେଶ୍ ସୁନ୍ଦର ଲାଗୁଥିଲେ ଏବଂ ଉଭୟଙ୍କ ଏହି ଯୁଗଳ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
[PICS-7] Deepika Padukone and Ranveer Singh at their Bangalore reception
#DeepVeerKaReception pic.twitter.com/eACOkamZz1
— Deepika Padukone FC (@DeepikaPFC) November 21, 2018
ପାର୍ଟିର ଏପରି ଚିଛି ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସୋଶାଲ୍ ମିଡିଆରେ ଅଧିକ ଚର୍ଚ୍ଚା ହେଉଛି। କଥାଟି ହେଉଛି, ଯେତେବେଳେ ଦୀପିକା ଓ ରଣବୀର୍ ରିସେପ୍ସନ୍ ପାର୍ଟିକୁ ଏଣ୍ଟ୍ରି କଲେ, ସେତେବେଳେ ସମସ୍ତ ମିଡିଆ ପ୍ରତିନିଧି ତାଙ୍କ ଫଟୋ ନେବା ପାଇଁ ରୁଣ୍ଡ ହୋଇଗଲେ। ତେବେ କିଛି ଫଟୋଗ୍ରାଫର୍ ଯେତେବଳେ ଦୀପିକା ଓ ରଣବୀର୍ଙ୍କ ‘ସୋଲୋ’ ଫଟୋ ପାଇଁ ଅନୁରୋଧ କଲେ, ରଣବୀର୍ କିନ୍ତୁ ସଫା ସଫା ମନା କରିଦେଇଥିଲେ। ରଣବୀର୍ କହିଥିଲେ ଯେ ମିଆଁ-ବିବି ଯଦି ଏକାଠି ଅଛନ୍ତି, ତେବେ ଫଟୋ ଅଲଗା ଅଲଗା କାହିଁକି? ରଣବୀର୍ଙ୍କର ଏହି କଥା ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବାକୁ ହିଁ ପ୍ରତିଫଳିତ କରିଥିଲା।
ରଣବୀର୍ ଓ ଦୀପିକାଙ୍କ ଏହି ବେଙ୍ଗାଲୁରୁର ରିସେପ୍ସନ୍ ପରେ ଦୁହେଁ ନଭେମ୍ବର ୨୮ ଓ ଡିସେମ୍ବର ୧ରେ ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଦେବେ।
ଡିସେମ୍ବର ୧ରେ ହେବାକୁଥିବା ପାର୍ଟିରେ ବଲିଉଡ୍ କଳାକାରମାନେ ସାମିଲ୍ ହେବେ। ଏହାର କାର୍ଡ଼ ମଧ୍ୟ ସାମ୍ନାକୁ ଆସିଗଲାଣି। ବଲିଉଡ୍ ଅଭିନେତ୍ରୀ ମନିଷା କୋଇରାଲା ଏହି କାର୍ଡର ଫଟୋକୁ ସୋଶାଲ୍ ମିଡିଆରେ ଶେୟାର୍ କରିଛନ୍ତି। ଏହି ପାର୍ଟି ମୁମ୍ବାଇର ହୋଟେଲ୍ ‘ଗ୍ରାଣ୍ଡ୍ ହାୟଟ୍’ରେ ହେବ।
ସେପଟେ ଆସନ୍ତା ୨୪ତାରିଖରେ ରଣବୀର୍ଙ୍କ ଭଉଣୀ ଏହି ଷ୍ଟାର୍ କପଲ୍ଙ୍କ ପାଇଁ ଏକ ଡିନର୍ ପାର୍ଟିର ଆୟୋଜନ କରିଛନ୍ତି।
from Odisha Reporter https://ift.tt/2AbUjr2
No comments:
Post a Comment