
ଚର୍ଚ୍ଚା ହେଉଛି ବାବୁ ଯେଉଁ ଗତିରେ ସମ୍ପତ୍ତି ଆହରଣ କରିବାରେ ଲାଗିଛନ୍ତି ଯଦି ତାହା ଜାରି ରହେ ହୁଏତ ତାଙ୍କର ଚାକିରି ସରିବା ବେଳକୁ ସେ ଓଡ଼ିଶାର ଆଗ ଧାଡ଼ିର ୧୦-୧୨ ଜଣ ଧନୀଙ୍କ ତାଲିକାରେ ସ୍ଥାନ ପାଇଯିବେ। କାରଣ ବାବୁଙ୍କର ଚାକିରି ଆହୁରି ବେଶ କିଛି ବର୍ଷ ବାକି ଅଛି। ତାଙ୍କୁ ଏବେ ସରକାର ଏମିତି କୋଳରେ ବସେଇଛନ୍ତି ଯେ ସେ ରାଜକୋଷକୁ ଆଖିବୁଜା ଲୁଟିଲେ ମଧ୍ୟ କେହି ପ୍ରତିବାଦ କରିବାର ନାହିଁ।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଫିସରରାଜ୍ର ଫାଇଦା ଉଠାଇ କିଛି ଅଣଓଡ଼ିଆ ଆଇଏଏସ୍ ଅଫିସର୍ ନିଜର ପଦବୀର ଦୁରୁପଯୋଗ କରୁଥିବା ବେଳେ, ସେମାନଙ୍କ ପତ୍ନୀମାନେ କୁଆଡ଼େ ଓଡ଼ିଶାରେ କୋଟିକୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହେବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଶୁଣିବାକୁ ମିଳୁଛି, ନେତା-ମନ୍ତ୍ରୀମାନଙ୍କୁ ବଚସ୍କର କରି କିଛି ନିର୍ଦ୍ଦିଷ୍ଟ ଆଇଏଏସ୍ ଅଫିସର୍ କୁଆଡ଼େ ଏଭଳି ଆଖିବୁଜା ସମ୍ପତ୍ତି ଆହରଣ କରୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ଜଣେ ଆଇଏଏସ୍ ଅଫିସର୍ଙ୍କ ସମ୍ପତ୍ତିର ପରିମାଣ କୁଆଡ଼େ ୫ ହଜାର ଗୁଣ ବୃଦ୍ଧି ପାଇ ପ୍ରାୟ ୫୦୦ କୋଟି ଟଙ୍କାରେ ପହଞ୍ଚିଲାଣି ବୋଲି ଚର୍ଚ୍ଚା ଚାଲିଛି। ଏହି ଅଣଓଡ଼ିଆ ଆଇଏଏସ ଅଫିସର କୁଆଡ଼େ ସର୍ବଭାରତୀୟ ସେବାରେ ଯୋଗ ଦେବାର ୪ବର୍ଷ ନପୂରୁଣୁ ରାଜଧାନୀ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ୨୪୦୦ବର୍ଗଫୁଟର ଜମି କିଣିଥିଲେ, ସେଠାରେ ସେ ବିଶାଳ ଅଟ୍ଟାଳିକା ତୋଳି ଏବେ ବାର୍ଷିକ ପ୍ରାୟ ୬୦ଲକ୍ଷ ଟଙ୍କାର ଭଡ଼ା ପାଉଛନ୍ତି।
ସେହିବର୍ଷ ବାବୁ ନିଜ ପତ୍ନୀଙ୍କ ନାଁରେ ରାଜଧାନୀର ଗଙ୍ଗପଡ଼ା ଅଞ୍ଚଳରେ ସାଢ଼େ ତିନି ଏକର ଜମି ମଧ୍ୟ କିଣିଥିଲେ, ଯାହାର ଦାମ ଏବେ ଅତିକମରେ ୫୦କୋଟି ଟଙ୍କା ହେବ। ସେଠାରେ ଏକ ବିରାଟ ନର୍ସିଂହୋମ କରିବା ପାଇଁ ବାବୁ କୁଆଡ଼େ ଉକ୍ତ ଜମିର କିସମକୁ ଘରବାଡ଼ିକୁ ପରିବର୍ତ୍ତନ କରିଦେଇଥିଲେ। ବାବୁଙ୍କର ଓଡ଼ିଶାରେ ସମ୍ପତ୍ତି ଆହରଣ ଲୋଭ ଏତିକିରେ ସରିନି ବରଂ ସେ ଦାୟିତ୍ୱରେ ଥିବାବେଳେ ଏକ ରିଏଲ ଇଷ୍ଟେଟ୍ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ତା’ଠୁ ନିଜ ପତ୍ନୀଙ୍କ ନାଁରେ ଏକ କ୍ଲିନିକ୍ ଖୋଲିବା ପାଇଁ ଏକ ସମ୍ଭ୍ରାନ୍ତ ଅଞ୍ଚଳର ଦାମୀ ସ୍ଥାନରେ ଏକ ଅଟ୍ଟାଳିକା କିଣିଛନ୍ତି। ସରକାରୀ ଦସ୍ତାବିଜରେ ମାତ୍ର ୧୩ ଲକ୍ଷ ଟଙ୍କାରେ ଏହି ୧୩୦୦ ବର୍ଗଫୁଟର ସମ୍ପତ୍ତି ସେ କିଣିଥିବା ଦର୍ଶାଇଥିଲେ ବି ସେହି ବ୍ୟବସାୟିକ ସମ୍ପତିର ପରିମାଣ ଏବେ ଅତିକମରେ ୫କୋଟି ଟଙ୍କା ହେବ।
ବାବୁଙ୍କର କେଳେଙ୍କାରୀର ଫର୍ଦ୍ଦ ଏଇଠି ସରିନି। ବରଂ ସେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ କୁଆଡ଼େ ଏକ ଘରୋଇ ସଂସ୍ଥା ହାତରେ ବେଆଇନ ଭାବେ ସରକାରୀ ଜମି ଟେକି ଦେଇଥିଲେ। ଯାହା ବଦଳରେ ତାଙ୍କ ପତ୍ନୀଙ୍କୁ ମୋଟା ଅଙ୍କରେ ସେଠାରେ ନିଯୁକ୍ତି ମିଳିଥିଲା। ବାବୁଙ୍କର ସମ୍ପତ୍ତି ଆହରଣ ନିଶା ଏତେ ବଢ଼ିଯାଇଛି ଯେ, ଗତ ୩ବର୍ଷ ମଧ୍ୟରେ ବାବୁ କୁଆଡ଼େ ଉତ୍ତର ଭାରତର ଦୁଇଟି ନଗରୀରେ ଏକ ବଡ଼ କୋଠା,ଏକ ବଙ୍ଗଳା ଏବଂ ଗତ କିଛିମାସ ତଳେ ବିଦେଶରେ ବି କୋଠା କିଣିଛନ୍ତି। ତା’ପୁଣି ନିଜ ଝିଅ ଓ ପତ୍ନୀଙ୍କ ନାଁରେ।
ଚର୍ଚ୍ଚା ହେଉଛି ବାବୁ ଯେଉଁ ଗତିରେ ସମ୍ପତ୍ତି ଆହରଣ କରିବାରେ ଲାଗିଛନ୍ତି ଯଦି ତାହା ଜାରି ରହେ ହୁଏତ ତାଙ୍କର ଚାକିରି ସରିବା ବେଳକୁ ସେ ଓଡ଼ିଶାର ଆଗ ଧାଡ଼ିର ୧୦-୧୨ ଜଣ ଧନୀଙ୍କ ତାଲିକାରେ ସ୍ଥାନ ପାଇଯିବେ। କାରଣ ବାବୁଙ୍କର ଚାକିରି ଆହୁରି ବେଶ କିଛି ବର୍ଷ ବାକି ଅଛି। ତାଙ୍କୁ ଏବେ ସରକାର ଏମିତି କୋଳରେ ବସେଇଛନ୍ତି ଯେ ସେ ରାଜକୋଷକୁ ଆଖିବୁଜା ଲୁଟିଲେ ମଧ୍ୟ କେହି ପ୍ରତିବାଦ କରିବାର ନାହିଁ।
ଆଜିକାଲି ବାବୁ କୁଆଡ଼େ ଏବେ କେବଳ ଦାମୀ ବିଦେଶୀ ବ୍ରାଣ୍ଡର ଡ୍ରେସ ପିନ୍ଧୁଛନ୍ତି ଓ ତାଙ୍କର ଗୋଟିଏ ଶାର୍ଟର ଦାମ କୁଆଡ଼େ ୨୫ହଜାର ଟଙ୍କାରୁ କମ ନୁହେଁ। ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଶାକୁ ଏଭଳି ଆଉ କେତେଦିନ ଏହି ଅଣଓଡ଼ିଆ ଅଫିସରମାନେ ଲୁଟି ଚାଲିଥିବେ ଓ ରାଜ୍ୟବାସୀ ନିରବଦ୍ରଷ୍ଟା ସାଜି ବସିଥିବେ, ତାକୁ ନେଇ ଚର୍ଚ୍ଚା।
from Odisha Reporter https://ift.tt/2qYJtAl
No comments:
Post a Comment