
ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ଼ ଦାନ୍ତେୱାଡ଼ାରେ ଆମ୍ବୁସ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଘଟଣାକୁ ବିରୋଧ କରି ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଏଲକାନୋରରେ ଲାଗିଛି ଏହି ପୋଷ୍ଟର। ମାଓବାଦୀ ଜାଣିଶୁଣି ଗଣମାଧ୍ୟମ ପ୍ରତିନିଧି ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା କରିଥିବା ଘଟଣା କୁ ଦୃଢ଼ ଭାବେ ନିନ୍ଦା କରାଯାଇଥିବା ପୋଷ୍ଟରରେ ଲେଖାଯାଇଛି।
ପୋଷ୍ଟରରେ ଲେଖାରହିଛି:
୧: ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲାରେ ସମ୍ବାଦିକଙ୍କ ଉପରେ ଆମ୍ବୁସ ଲଗାଇ ଆକ୍ରମଣ କରିବାକୁ ଘୋର ବିରୋଧ ଓ ନିନ୍ଦା କରାଯାଇଛି।
୨: ଯେଉଁମାନଙ୍କ ପାଇଁ ମାଓବାଦୀ ନିଜର ଦାବିକୁ ସରକାର ଓ ଜନତାଙ୍କ ପାଖରେ ପହଞ୍ଚାଇ ଥାଆନ୍ତି, ଆଜି ସେମାନଙ୍କୁ ହତ୍ୟା କରି ମାଓବାଦୀ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି।
୩: ନିର୍ବାଚନ ସମୟରେ ନିଜ ଆତଙ୍କର ଦୋକାନ ଚଲେଇବା ପାଇଁ ମାଓବାଦୀ କେଉଁ ଅଧିକାରରେ ସାମ୍ବାଦିକଙ୍କୁ ନଜର କରି ଆମ୍ବୁସ ଲଗେଇ ହତ୍ୟା କରିଥିଲେ ଓ କାହିଁକି ? କ’ଣ ଭୁଲ ଥିଲା ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କର?
୪: ମାଓବାଦୀ ତୁମେ ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କର।
୫: ଆଗେ ଭୁଲ୍ କରିବା ପରେ ଦୁଇ ପୃଷ୍ଠାର କ୍ଷମା ରୂପକ ପ୍ରେସ ନୋଟ୍ ଜାରି କଲେ କ’ଣ ସହିଦ ସାମ୍ବାଦିକଙ୍କ ଆତ୍ମାକୁ ଶାନ୍ତି ମିଳିଯିବ?
୬: ମାଓବାଦୀ ଯଦି ସାମ୍ବାଦିକଙ୍କ ହତ୍ୟାରେ ମର୍ମାହତ, ତେବେ ଦେଶରୁ ଲୁଟି ରଖିଥିବା କୋଟି କୋଟି ଟଙ୍କାରୁ ଏକ କୋଟି ଟଙ୍କା ସହିଦ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ଦିଅନ୍ତୁ।
୭: ସାମ୍ବାଦିକଙ୍କୁ ହତ୍ୟା କରି ମାଓବାଦୀମାନେ ଭାରତୀୟ ଗଣମାଧ୍ୟମ ଉପରେ ଯେଉଁ ଆକ୍ରମଣ କରିଛନ୍ତି ତାହା କେତେଦୂର ଯୁକ୍ତିଯୁକ୍ତ? ଯଦି ଯୁକ୍ତିଯୁକ୍ତ ନୁହେଁ ତେବେ ଆମେମାନେ ଚୁପ କାହିଁକି?
୮: ଭାରତୀୟ ଗଣମାଧ୍ୟମ ଉପରେ ମାଓବାଦୀଙ୍କ ଆକ୍ରମଣର ବଦଲା ନିଆଯିବ ଓ ଏହା ଉଚିତ ଜବାବ ଦିଆଯିବ।
from Odisha Reporter https://ift.tt/2PA6Jmc
No comments:
Post a Comment