ଦିନେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଥିଲେ, ଏବେ ଆଗଧାଡ଼ିର ସେଲିବ୍ରିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଦିନେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଥିଲେ, ଏବେ ଆଗଧାଡ଼ିର ସେଲିବ୍ରିଟି

ମୁମ୍ୱାଇ: ନିକଟରେ ବିବାହ କରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ସୁପର୍‌ଷ୍ଟାର୍‌ ଦମ୍ପତି ଅଭିନେତା ରଣବୀର୍ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଆପଣ କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଉଭୟ ରଣବୀର୍‌ ଓ ଦୀପିକା ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନସର୍‌ ଭାବେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।

କେବଳ ଦୀପିକା କି ରଣବୀର୍‌ ନୁହନ୍ତି, ବି’ ଟାଉନ୍‌ରେ ଏଭଳି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍‌ସ୍‌ରୁ ହିଁ ଅଭିନୟକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ବହୁ ସଂଘର୍ଷ ପରେ ହିଁ ସଫଳତାର ପାହାଚ ଚଢ଼ିଛନ୍ତି।

ଅନ୍ୟମାନଙ୍କୁ କେନ୍ଦ୍ର ପାଇଁ ଶୁଟିଂ ହୋଇଥିବା ବିଭିନ୍ନ ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍‌ସର୍‌ ଭାବେ କାମ କରି ଏବେ ବଲିଉଡ୍‌ର ଟପ୍ ସେଲିବ୍ରିଟିଙ୍କ ତାଲିକାରେ ଯୋଡ଼ି ହୋଇଥିବା ଏଭଳି କିଛି ସଫଳ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

୧. ରଣବୀର୍‌ ସିଂହ
ଡ୍ୟାନ୍ସ କରିବାର ନିଶା ରଣବୀର୍‌ଙ୍କ ମଧ୍ୟରେ ପିଲାଟି ଦିନରୁ ହିଁ ଥିଲା। ସେ ଅନେକ ଚର୍ଚ୍ଚିତ ଫିଲ୍ମରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର ଭାବେ କାମ କରିଛନ୍ତି। ୨୦୦୧ର ହିଟ୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ସେ ଲୋକପ୍ରିୟ ଗୀତ ‘ବୋଲେ ଚୁଡ଼ିୟା’ରେ ଶାହ୍‌ରୁଖ୍‌ ଖାନ୍‌ ଓ ଅମିତାଭ ବଚ୍ଚନଙ୍କ ପଛରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବେ କାମ କରିଥିଲେ।

୨. ଦୀପିକା ପାଦୁକୋନ୍‌
ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅଭିନେତ୍ରୀ ସାରିକା ବାନାର୍ଜୀଙ୍କ ମ୍ୟୁଜିକ୍‌ ଭିଡିଓରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର ଭାବେ କାମ କରିଥିଲେ।

୩. ଶାହିଦ୍‌ କପୁର୍‌
ଶାହିଦ୍‌ କପୁର୍‌ ମଧ୍ୟ ଛୋଟବେଳୁ ଡ୍ୟାନ୍ସ କରିବାକୁ ପସନ୍ଦ କରୁଥିଲେ। ଏହି କଥା ବହୁତ୍‌ କମ୍ ଲୋକଙ୍କୁ ଜଣାଥିବ ଯେ ସାହିଦ୍‌, ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ‘ତାଲ୍‌’ରେ ଜଣେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବରେ କାମ କରିଥିଲେ।

୪.ଡେଜି ଶାହା
ଫିଲ୍ମ ‘ଜୟ ହୋ’ରେ ସଲ୍‌ମାନ୍‌ଙ୍କ ନାୟିକା ସାଜିଥିବା ଅଭିନେତ୍ରୀ ଡେଜି ଶାହା ଜଣେ ଡ୍ୟାନ୍ସର୍‌। ସେ ଅନେକ ଫିଲ୍ମରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବରେ କାମ କରିଛନ୍ତି। ସେ ସଲ୍‌ମାନ ଖାନ୍‌ ଅଭିନୀତ ‘ତେରେ ନାମ୍‌’ ଓ ‘ଲଗନ୍‌ ଲଗି’ ଫିଲ୍ମର ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବେ ନାଚିଥିଲେ।

୫.କାଜଲ୍‌ ଅଗ୍ରୱାଲ୍
ଅଜୟ ଦେବ୍‌ଗନ୍‌ଙ୍କ ବହୁ ଚର୍ଚ୍ଚିତ ପିଲ୍ମ ‘ସିଙ୍ଘମ୍‌’ରେ ନାୟିକା ସାଜିଥିବା କାଜଲ୍‌ ଅଗ୍ରୱାଲ୍‌ ସାଉଥ୍‌ର ଜଣେ ସଫଳ ଅଭିନେତ୍ରୀ। ତେବେ ସେ ‘କିୟୁଁ ହୋ ଗୟା ନା’ ଫିଲ୍ମର ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବରେ କାମ କରିଛନ୍ତି।

୬.ସ୍ମୃତି ଇରାନି
ଅଭିନେତ୍ରୀରୁ ରାଜନେତ୍ରୀ ତଥା ଏବେ କେନ୍ଦ୍ରରେ ମନ୍ତ୍ରୀ ଥିବା ସ୍ମୃତି ଇରାନି, ମିକା ସିଂହଙ୍କ ଆଲବମ୍‌ ଭିଡିଓରେ ଡ୍ୟାନ୍ସ୍‌ କରିଛନ୍ତି।

୭. ସୁଶାନ୍ତ ସିଂହ ରାଜପୁତ୍‌
ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ହ୍ରିତ୍ୱିକ୍‌ ରୋଶନ୍‌ ଅଭିନୀତ ଫିଲ୍ମ ‘ଧୁମ୍‌’ରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅନେକ ଷ୍ଟେଜ୍‌ ପର୍‌ଫର୍ମାନ୍ସରେ ସେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବରେ ମଧ୍ୟ କାମ କରିଛନ୍ତି।



from Odisha Reporter https://ift.tt/2Amvt7I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages