ମିତାଲିଙ୍କ ପାଇଁ ସ୍ୱର ଉଠାଇଲେ ଗାଙ୍ଗୁଲି, କହିଲେ ମୁଁ ବି ସମାନ ଦଶା ଭୋଗିଥିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ମିତାଲିଙ୍କ ପାଇଁ ସ୍ୱର ଉଠାଇଲେ ଗାଙ୍ଗୁଲି, କହିଲେ ମୁଁ ବି ସମାନ ଦଶା ଭୋଗିଥିଲି

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ବରିଷ୍ଠ ଖେଳାଳି ମିତାଲି ରାଜ୍‌ଙ୍କୁ ବାଦ୍‌ ଦେବା ଅଧିନାୟକ ହରମନ୍‌ପ୍ରୀତ କୌରଙ୍କୁ ମହଙ୍ଗା ପଡ଼ିଛି। ଏହି ନିଷ୍ପତ୍ତି ଭାରତକୁ ବିଦାୟର ରାସ୍ତା ଦେଖାଇଥିଲା ଏବଂ ପ୍ରଥମେ ଦର୍ଶକ ମହଲରେ ଅସନ୍ତୋଷ ସୃଷ୍ଟି ହେବାପରେ ବର୍ତ୍ତମାନ ଖେଳାଳି ମାନେ ମଧ୍ୟ ସ୍ୱର ଉଠାଇଛନ୍ତି।

ଏହି ପ୍ରସଙ୍ଗରେ ମୁହଁ ଖୋଲି ପୂର୍ବତନ ଅଧିନାୟକ ତଥା ବିବାଦୀୟଭାବେ କ୍ରିକେଟ୍‌ ଛାଡ଼ିଥିବା ସୌରଭ ଗାଙ୍ଗୁଲି କହିଛନ୍ତି, ସେ ଏହି ଘଟଣାକୁ ନେଇ ଚକିତ ନୁହନ୍ତି। ଏମିତି ସମୟ ଆସେ ବିଶ୍ୱର ଶ୍ରେଷ୍ଠ ଲୋକଙ୍କୁ ମଧ୍ୟ ବେଳେବେଳେ ବାହାର ରାସ୍ତା ଦେଖାଇ ଦିଆଯାଏ।

ମିତାଲି ମହିଳା କ୍ରିକେଟ୍‌ରେ ସବୁଠାରୁ ଅଧିକ ରେକର୍ଡଧାରୀ ଖେଳାଳି ହୋଇଥିବାବେଳେ ତାଙ୍କୁ ବାଦ୍‌ ଦେଇ ପରାଜୟ ଭୋଗିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ବାଦ୍‌ ପଡ଼ିବାକୁ ନେଇ ପ୍ରଥମେ ତାଙ୍କ ବ୍ୟକ୍ତିଗତ ମ୍ୟାନେଜର ଏବଂ ପରେ ତାଙ୍କ ସାଥୀ ଝୁଲନ୍‌ ଗୋସ୍ୱାମୀ ସ୍ୱର ଉଠାଇଥିଲେ। ଆଉ ବର୍ତ୍ତମାନ ଗାଙ୍ଗୁଲି ଏହି ତାଲିକାରେ ଯୋଡ଼ି ହୋଇଛନ୍ତି।

ସେ କହିଛନ୍ତି ଯେ, ମୁଁ ମଧ୍ୟ ଭାରତର ଅଧିନାୟକ ପଦ ଛାଡ଼ିବାପରେ ବାହାରେ ବସିଥିଲି। ମୁଁ ଯେତେବେଳେ ଦେଖିଛି ମିତାଲି ରାଜ୍‌ଙ୍କୁ ବାଦ୍‌ ଦିଆଗଲା, ମୁଁ କହିଲି ଆମ ଗ୍ରୁପ୍‌କୁ ସ୍ୱାଗତ।

ଗ୍ରେଗ୍‌ ଚାପେଲ୍‌ଙ୍କ ସମୟର କଥା ମନେପକାଇ କହିଛନ୍ତି, ଅଧିନାୟକଙ୍କୁ ବସିବାକୁ କୁହାଯାଏ, ତ ବସିଯାଅ। ଫୈସଲାବାଦ୍‌ରେ ମୁଁ ତାହା ହିଁ କରିଥିଲି। ମୁଁ ଲଗାତାର ୧୫ ମାସଧରି ଦିନିକିଆ ଖେଳିନଥିଲି, ଯେତେବେଳେ ସମ୍ଭବତଃ ମୋର ପ୍ରଦର୍ଶନ ସବୁଠାରୁ ଭଲ ଥିଲା। ଜୀବନରେ ଏମିତି ଘଟଣା ମଧ୍ୟ ଘଟେ। ବିଶ୍ୱର ଶ୍ରେଷ୍ଠ ଲୋକଙ୍କୁ ମଧ୍ୟ ବେଳେବେଳେ ବାହାର ରାସ୍ତା ଦେଖାଇ ଦିଆଯାଏ।



from Odisha Reporter https://ift.tt/2RclXvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages