ରାୟ ବାହାଦୂର୍‌ ଉପାଧିକୁ ତ୍ୟାଗ କରିଥିଲେ ଏହି ମହାନ୍‌ ଜନନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ରାୟ ବାହାଦୂର୍‌ ଉପାଧିକୁ ତ୍ୟାଗ କରିଥିଲେ ଏହି ମହାନ୍‌ ଜନନାୟକ

ନୂଆଦିଲ୍ଲୀ: ଆପଣ ମହାତ୍ମା ଗାନ୍ଧିଙ୍କ ବିଷୟରେ ଅନେକ କଥା ଜାଣିଥିବେ, କିନ୍ତୁ ତାଙ୍କର ଏହି ପଞ୍ଚମ ସନ୍ତାନ ଜମୁନାଲାଲ୍‌ ବଜାଜ୍‌ଙ୍କ ବିଷୟରେ ବହୁତ୍‌ କମ୍‌ ଲୋକଙ୍କୁ ଜଣାଥିବ। ତାଙ୍କର ପୂରା ନାଁ ଥିଲା ଜମୁନାଲାଲ୍‌ ବାଜାଜ୍‌।

ଜମୁନାଲାଲ୍‌ଙ୍କୁ ଗାନ୍ଧୀଜି ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ।

ଗାନ୍ଧୀଜିଙ୍କର ଏହି ପୁତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏ କଥା ସତ କିନ୍ତୁ ତାଙ୍କ ବିଷୟରେ ଏମିତି କିଛି କଥା ଅଛି ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ।

ଜମୁନାଲାଲ୍‌ ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ନିଜ ଜୀବନରେ କେବେ ହେଲେ ସମ୍ପତି ଲୋଭ କରିନାହାନ୍ତି। ସମସ୍ତ ସମ୍ପତିକୁ ତ୍ୟାଗ କରିଥିବା ଜମୁନାଲାଲ୍‌ଙ୍କର ଭୁଦାନ ଆନ୍ଦୋଳନର ପୁରୋଧା ବିନୋଭା ଭାବେଙ୍କ ସହିତ ପାରିବାରିକ ସମ୍ପର୍କ ଥିଲା।

ଜମୁନାଲାଲ୍‌ଙ୍କ ବିଷୟରେ କିଛି ଅଜଣା କଥା

ଜମୁନାଲାଲ୍‌ ରାଜସ୍ଥାନ ଜୟପୁର୍‌ର ଏକ ଗରିବ ମାରୱାଡି ପରିବାରରେ ଜନ୍ମଗ୍ରହଣ କରିଥିଲେ। ଇତିହାସ କୁହେ, ଜମୁନାଲାଲ୍‌ ଜବାହାର୍‌ଲାଲ୍‌ ନେହେରୁଙ୍କ ଜନ୍ମ ହେବାର ୧୦ ଦିନ ପୂର୍ବରୁ ଜନ୍ମ ହୋଇଥିଲେ।
ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ଜମୁନାଲାଲ୍‌ଙ୍କୁ ଇଂରାଜୀ ଆସୁ ନ ଥିଲା। ଏହି ସମୟରେ ୱାର୍ଦ୍ଧାର ଏକ ନିଃସନ୍ତାନ ଧନୀ ଦମ୍ପତି ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ।
କିନ୍ତୁ ଜମୁନାଲାଲ୍‌ ଏହି ସମ୍ପତି ପ୍ରତି ଏତେ ଲୋଭ ନ ଥିଲେ। ତାଙ୍କ ପରିବାରର ସଦସ୍ୟ ନିଜ ସର୍ବଦା ନିଜ ଧନର ପ୍ରଦର୍ଶନ କରୁଥିଲେ, ଯାହା ଜମୁନାଲାଲ୍‌ଙ୍କୁ ଆଦୌ ପସନ୍ଦ ନ ଥିଲା।
ଏହାକୁ ନେଇ ଜମୁନାଲାଲ୍‌ଙ୍କ ସହିତ ତାଙ୍କ ବାପାଙ୍କର ଝଗଡ଼ା ହୋଇଥିଲା। ଏଥିପାଇଁ ସେ ଘର ଛାଡ଼ିବାକୁ ବାଧ୍ୟ ହେଲେ। ସେତେବେଳକୁ ତାଙ୍କୁ ହୋଇଥିଲା ୧୭ ବର୍ଷ।

ଘର ଛାଡ଼ିବା ପରେ ଜମୁନାଲାଲ୍‌ ତାଙ୍କ ବାପାଙ୍କ ପାଖକୁ ଏକ ଷ୍ଟାମ୍ପ୍‌ ପେପର୍‌ ସହିତ ଚିଠି ଲେଖିଥିଲେ। ଯେଉଁଥିରେ ଲେଖାଥିଲା, “ମୁଁ ଆପଣଙ୍କ ଘର ଓ ଧନସମ୍ପତି ଛାଡ଼ି ଚାଲିଯାଉଛି। ଏଥିରେ ମୋର ଲୋଭ ନାହିଁ। ଘରୁ କେବଳ ମୁଁ ଗୋଟିଏ ଯୋଡା ବସ୍ତ୍ର ପିନ୍ଧି ଯାଉଛି। ଆପଣଙ୍କୁ ଧନ୍ୟବାଦ ଯେ, ଆପଣ ମୋତେ ସେ ଭୟାନକ ଜଞ୍ଜାଳରୁ ମୁକ୍ତ କରିଛନ୍ତି। ଆପଣ ନିଶ୍ଚିନ୍ତ ରୁହନ୍ତୁ। ଭବିଷ୍ୟତରେ ଆପଣଙ୍କ ସମ୍ପତି ପାଇଁ ମୁଁ କେବେ କୋର୍ଟର ଦ୍ୱାରସ୍ଥ ହେବି ନାହିଁ। ଏଥିପାଇଁ ଏହି ଆଇନ୍‌ ଦସ୍ତାବିଜ ଆପଣଙ୍କ ପାଖକୁ ପଠାଉଛି।”

ପରେ ଜମୁନାଲାଲ୍‌ଙ୍କ ବାପା ବୃଦ୍ଧ ହେବା ପରେ ତାଙ୍କୁ ଖୋଜି ବାହାର କରିଥିଲେ। କିନ୍ତୁ ଯେଉଁ ସମ୍ପତିକୁ ସେ ତ୍ୟାଗ କରିଥିଲେ, ସେ ସମ୍ପତିର ମାଲିକ ହେବାକୁ ଚାହୁଁ ନ ଥିଲେ। ଏଥିପାଇଁ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କର ସମସ୍ତ ସମ୍ପତିକୁ ଏକ ଟ୍ରଷ୍ଟକୁ ଦାନ କରିଦେଇଥିଲେ। ସାରା ଜୀବନ ସେ କେବଳ ସେହି ଟ୍ରଷ୍ଟର ଟ୍ରଷ୍ଟି ହୋଇ ରହିଥିଲେ।

୧୩ ବର୍ଷ ବୟସରେ ଜମୁନାଲାଲ୍‌ଙ୍କ ବିବାହ ୯ ବର୍ଷ ବୟସ୍କା ଜାନକୀଙ୍କ ସହିତ କରାଯାଇଥିଲା। କିନ୍ତୁ ଯୁବକ ଜମୁନାଲାଲ୍‌ ସର୍ବଦା ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେଉଥିଲେ ଏବଂ ଜଣେ ଗୁରୁଙ୍କୁ ସନ୍ଧାନ କରୁଥିଲେ। ଏହି ସମୟରେ ତାଙ୍କର ମଦନ ମୋହନ ମାଲବ୍ୟଙ୍କ ସହିତ ସାକ୍ଷାତ ହୋଇଥିଲା।
କିଛି ସମୟ ପାଇଁ ସେ ରବିନ୍ଦ୍ର ନାଥ ଟାଗୋରଙ୍କ ସହିତ ମଧ୍ୟ ରହିଥିଲେ। ଏହା ପରେ ୧୯୦୬ରେ ସେ ବାଲ୍‌ ଗଙ୍ଗାଧର ତିଲକଙ୍କ ମରାଠୀ ପତ୍ରିକା ‘କେଶରୀ’ ଓ ଏହାର ହିନ୍ଦୀ ପତ୍ରିକାରେ କାମ କରୁଥିଲେ। ଏଥିରୁ ବାହାରୁଥିବା ଅର୍ଥକୁ ମଧ୍ୟ ସେ ଦେଶ ସେବାରେ ଦାନ କରୁଥିଲେ।

ଏହାପରେ ଗାନ୍ଧୀଜି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ୧୯୧୫ ମସିହାରେ ଜମୁନାଲାଲ୍‌ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଗାନ୍ଧୀଜିଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ସେ ତାଙ୍କୁ ନିଜର ଗୁରୁ ବୋଲି ସ୍ୱୀକାର କରିଥିଲେ। ସେହି ସମୟରେ ବିନୋବା ଭାବେଙ୍କ ସହିତ ମଧ୍ୟ ତାଙ୍କର ସାକ୍ଷାତ ହୋଇଥିଲା।

୧୯୨୦ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ନାଗପୁର୍‌ ଅଧିବେଶନରେ ଜମୁନାଲାଲ୍‌ ବାଜାଜ୍‌ ଗାନ୍ଧୀଜିଙ୍କ ପାଖରେ ଏକ ଅଜବ ପ୍ରସ୍ତାବ ରଖିଥିଲେ। ସେ ଗାନ୍ଧୀଜିଙ୍କୁ ଅନୁରୋଧ କରିଥିଲେ ଯେ, ଗାନ୍ଧୀଜି ତାଙ୍କୁ ନିଜର ପଞ୍ଚମ ପୁତ୍ର ରୂପରେ ସ୍ୱୀକାର କରନ୍ତୁ। ଏହା ଶୁଣିବା ପରେ ଗାନ୍ଧୀଜି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପରେ ଏହାକୁ ସ୍ୱୀକୃତି ଦେଇଥିଲେ।

୧୯୨୨ ମସିହା ୧୬ ମାର୍ଚ୍ଚରେ ବିଚାରଧୀନ କଏଦୀ ଥିବା ସମୟରେ ଗାନ୍ଧୀଜି ଜମୁନାଲାଲ୍‌ଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଲେଖାଥିଲା, ତୁମେ ମୋର ପଞ୍ଚମ ସନ୍ତାନ ତ ହୋଇଗଲ। କିନ୍ତୁ ମୁଁ ତୁମର ପିତା ହେବା ପାଇଁ ପ୍ରଯତ୍ନ କରୁଛି। ବାପାର କର୍ତ୍ତବ୍ୟ କରିବା କୌଣସି ସହଜ କଥା ନୁହେଁ। ଏହି ଜନ୍ମରେ ମୁଁ ଏହାର ଯୋଗ୍ୟ ହେବା ପାଇଁ ଇଶ୍ୱର ମୋତେ ସାହାଯ୍ୟ କରନ୍ତୁ।
ଅସହଯୋଗ ଆନ୍ଦୋଳନ ସମୟରେ ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥ କରି ଜମୁନାଲାଲ୍‌ ତାଙ୍କ ଘରେ ଥିବା ସମସ୍ତ ରେଶମ ଜିନିଷ ଓ ବିଦେଶୀ ଜିନିଷକୁ ତ୍ୟାଗ କରିଥିଲେ। ତାଙ୍କର ସ୍ତ୍ରୀ ଜାନକୀ ମଧ୍ୟ ସୁନା ଗହଣାକୁ ନିଆଁରେ ପୋଡ଼ି ଦେଇଥିଲେ ଏବଂ ଆଜୀବନ ଗହଣା ନ ପିନ୍ଧିବା ପାଇଁ ଶପଥ ନେଇଥିଲେ।

ଜମୁନାଲାଲ୍‌ଙ୍କ ତ୍ୟାଗର ତାଲିକା କେବଳ ଏତିକି ନୁହେଁ। ଏହା ସହିତ ଇଂରେଜ ସରକର ତାଙ୍କୁ ଦେଇଥିବା ‘ରାୟ ବାହାଦୂର’ ଉପାଧି ତ୍ୟାଗ କରି ନିଜ ବନ୍ଧୁକ ଲାଇସେନ୍ସକୁ ମଧ୍ୟ ଫେରେଇ ଦେଇଥିଲେ। ୱାର୍ଦ୍ଧାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ଦଳିତଙ୍କୁ ପ୍ରବେଶ କରାଇବା ପାଇଁ ସେ ବିନୋବା ଭାବେଙ୍କ ସହିତ ମିଶି ଆନ୍ଦୋଳନ କରିଥିଲେ। ଏଥିରେ ସେ ନିଜ ଘରର ଅଗଣା, ଚାଷ ଜମି, ବଗିଚା ଏବଂ କୂଅକୁ ମଧ୍ୟ ଦଳିତଙ୍କୁ ଦାନ କରିଦେଇଥିଲେ।

ଅସହଯୋଗ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ବିରୋଧରେ ଭାଷଣ ଦେବା ଯୋଗୁ ୧୯୨୧ ମସିହା ଜୁନ୍‌ ୧୮ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ବିନୋବା ଭାବେ ମଧ୍ୟ ଗିରଫ ହୋଇଥିଲେ। ଉଚ୍ଚ ପଦପଦବୀ ପାଇବା ପାଇଁ ଜମୁନାଲାଲ୍‌ କେବେ ଇଚ୍ଛା କରୁ ନ ଥିଲେ। ୧୯୩୭-୩୮ରେ ହରିପୁର୍‌ର କଂଗ୍ରେସ ଅଧ୍ୟକ୍ଷ ପଦରେ ତାଙ୍କୁ ମନୋନୀତ କରାଯାଇଥିଲା କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ। ଏହି ପଦରେ ସୁବାଷ ଚନ୍ଦ୍ର ବୋଷଙ୍କୁ ରଖିବା ପାଇଁ ସେ ଗାନ୍ଧୀଜିଙ୍କୁ ଅନୁରୋଧ କରିଥିଲେ।

୧୯୩୮ମସିହାରେ ଜମୁନାଲାଲ୍‌ ତାଙ୍କ ଜନ୍ମମାଟି ରାଜସ୍ଥାନ କିଛି କରିବା ପାଇଁ ଚାହୁଁଥିଲେ। କିନ୍ତୁ ସେ ରାଜସ୍ଥାନ ପାଇଁ ବିପଦ ବୋଲି କହି ତାଙ୍କୁ ରାଜସ୍ଥାନକୁ ଆସିବାକୁ ଦିଆଯିବ ନାହିଁ ବୋଲି ଇଂରେଜମାନେ କହିଥିଲେ। ଏହାର ଉତ୍ତରରେ ଜମୁନାଲାଲ୍ କହିଥିଲେ, “ମୁଁ ଜୟପୁର୍‌ରେ ଜନ୍ମ ନେଇଛି, ସେଠାରେ ବଡ଼ ହୋଇଛି ଏବଂ ସେଠାକାର ନାଗରିକ ମଧ୍ୟ। ତେବେ ମୁଁ ମୋ ଜନ୍ମମାଟି ପାଇଁ ବିପଦ କିପରି ହୋଇପାରିବି।ଏପରି କୌଣସି ଆଦେଶକୁ ମୁଁ ପାଳନ କରିବି ନାହିଁ। ତାଙ୍କର ଏହି କଥା ଶୁଣି ଇଂରେଜମାନେ ଆଶ୍ଚର୍ଯ୍ୟ ହୋଇଥିଲେ। “୧୧ ଫେବୃଆରୀ ୧୯୪୨ରେ ଅକସ୍ମାତ୍‌ ଜମୁନାଲାଲ୍‌ ବାଜାଜ୍‌ଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଜାନକୀ ଦେବୀ ସାରା ଜୀବନ ଦେଶସେବା କାର୍ଯ୍ୟରେ ହିଁ କାଟି ଦେଇଥିଲେ। ସେ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ।



from Odisha Reporter https://ift.tt/2SKsCxT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages