୧୧ ମିନିଟର ବିଜେଡି ବୈଠକ: କେହି କିଛି କହିଲେନି,ତଥାପି ରଣନୀତି ଚୂଡ଼ାନ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

୧୧ ମିନିଟର ବିଜେଡି ବୈଠକ: କେହି କିଛି କହିଲେନି,ତଥାପି ରଣନୀତି ଚୂଡ଼ାନ୍ତ !

odishaassembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ଆରମ୍ଭ ହେବାକୁଥିବା ଶୀତ ଅଧିବେଶନ ପାଇଁ ବିଜେଡି ବିଧାୟକ ଦଳର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୧ମିନିଟର ବୈଠକରେ ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି।

ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶୀତ ଅଧିବେଶନରେ କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ତୈଳ ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଯିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ସଫଳତା ବିଷୟରେ ଦଳୀୟ ବିଧାୟକମାନେ ମତ ରଖିବେ। ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବ ସେହି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ କହିଛନ୍ତି ଯେ ଏହି ଅଧିବେଶନରେ ୨୩ଟି କାର୍ଯ୍ୟଦିବସ ରହିଛି। ଏଥିରୁ ୧୯ଟି ସରକାରୀ କାର୍ଯ୍ୟଦିବସ ଓ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ତେବେ ଚଳିତ ଅଧିବେଶନ ପାଇଁ କୌଣସି ନୂଆ ବିଲ୍ ଏପର୍ଯ୍ୟନ୍ତ ସୁଦ୍ଧା ଆସିନାହିଁ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ-ପୋଲାଭରମ, ଏମଏସପି ଓ କେନ୍ଦ୍ରର କ୍ରମାଗତ ଅବହେଳା ପ୍ରସଙ୍ଗକୁ ଶାସକ ଦଳ ଉଠାଇବ।

ତେବେ ବିଜେଡି ସୂତ୍ର ଅନୁସାରେ ବୈଠକରେ ମୋଟ ୮୪ଜଣ ବିଧାୟକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟର ୧୧ମିନିଟ୍ ବିଳମ୍ବରେ ଅର୍ଥାତ ୫ଟା ୧୨ରେ ବୈଠକ ସ୍ଥଳକୁ ଆସି ୫ଟା ୨୩ରେ ସେହି ସ୍ଥଳ ପରିତ୍ୟାଗ କରିଥିଲେ। ଏହି ୧୧ ମିନିଟ୍ ମଧ୍ୟରେ ବିଧାୟକ ଅନୁଭବ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ବିଧାୟକ ଯୋଗେନ୍ଦ୍ର ବେହେରା ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ କୌଣସି ସଭ୍ୟ କିଛି ମତ ରଖିନଥିବା ଜଣାପଡ଼ିଛି।



from Odisha Reporter https://ift.tt/2Pyopj3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages