ମହିଳା ଟି୨୦ ବିଶ୍ୱକପ୍‌: ଆର୍ୟଲ୍ୟାଣ୍ଡକୁ ହରାଇ ସେମିରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ମହିଳା ଟି୨୦ ବିଶ୍ୱକପ୍‌: ଆର୍ୟଲ୍ୟାଣ୍ଡକୁ ହରାଇ ସେମିରେ ଭାରତ

ଗୁଏନା: ଗୁରୁବାର ଆର୍ୟଲ୍ୟାଣ୍ଡକୁ ୫୨ ରନ୍‌ରେ ହରାଇ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି ହରମନ୍‌ପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଯଦିଓ ଭାରତ ଧୀମା ବ୍ୟାଟିଂ କରିବାରୁ ଦଳୀୟ ସ୍କୋର୍‌ ମାତ୍ର ୧୪୫ ରନ୍‌ରେ ସୀମିତ ରହିଥିଲା, ବୋଲିଂରେ ସ୍ପିନର୍‌ଙ୍କ କମାଲ ବିପକ୍ଷ ଆର୍ୟଲ୍ୟାଣ୍ଡକୁ ମାତ୍ର ୯୩ରେ ସୀମିତ ରହିବାକୁ ବାଧ୍ୟ କରିଥିଲା। ଆଜିର ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ହେବାକୁ ଥିବା ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି।

କମ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାରୁ ଭାରତକୁ କଞ୍ଜୁସ୍‌ ବୋଲିଂ ଉପରେ ଧ୍ୟାନ ଦେବାକୁ ପଡ଼ିଥିଲା। ଭାରତ ପକ୍ଷରୁ ରାଧା ଯାଦବ ୨୫ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ସେହିଭଳି ଦୀପ୍ତି ଶର୍ମା ୧୫ ରନ୍‌ ବ୍ୟୟ କରି ୨ଟି ୱିକେଟ୍‌ ଏବଂ ପୁନମ୍‌ ଯାଦବ ୧୪ ରନ୍‌ ଦେଇ ଗୋଟିଏ ୱିକେଟ୍‌ ହାତେଇ ପାରିଥିଲେ। ଅଧିନାୟକ ହରମନ୍‌ପ୍ରୀତ ମଧ୍ୟ ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍‌ ବ୍ୟୟରେ ଗୋଟିଏ ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶେଷ ବେଳକୁ ୱିକେଟ୍‌ ଭୋଜି ଦେଖିବାକୁ ମିଳିଥିଲା ଏବଂ ଆର୍ୟଲ୍ୟାଣ୍ଡ ୨୦ ଓଭର ଶେଷ ବେଳକୁ ୮ୱିକେଟ୍ ହରାଇ ମାତ୍ର ୯୩ ରନ୍‌ ହାସଲ କରିପାରିଥିଲା।

ଏହା ପୂର୍ବରୁ ପୂର୍ବତନ ଅଧିନାୟକ ତଥା ଦଳର ବରିଷ୍ଠ ଖେଳାଳି ମିତାଲି ରାଜ୍‌ଙ୍କ ଅର୍ଦ୍ଧଶତକ ଭାରତ ୬ ୱିକେଟ୍‌ ହରାଇ ୧୪୫ ରନ୍‌ କରିପାରିଥିଲା। ଆଜି ଇନିଂସ୍‌ ଓପନ୍‌ କରିଥିବା ମିତାଲି ୫୬ ବଲ୍‌ରୁ ୫୧ ରନ୍‌ କରିପାରିଥିଲେ। ତାଙ୍କ ସହିତ ସ୍ମୃତି ମନ୍ଧାନା ମଧ୍ୟ ବେଶ୍‌ ସହଯୋଗ କରିଥିଲେ। କିନ୍ତୁ ମଧ୍ୟଭାଗରେ ଇନିଂସ୍‌ ଧୀମା ରହିବା ସହିତ ବାରମ୍ବାର ୱିକେଟ୍‌ ହରାଇବା ରନ୍‌ ଉପରେ ପ୍ରଭାବ ପକାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜେମିମା ରୋଡ୍‌ରିଗ୍ସ ୧୮ ରନ୍‌ ଏବଂ ଦୀପ୍ତି ଶର୍ମା ୧୧ ରନ୍‌ କରିଥିଲେ।

ଭାରତ ପକ୍ଷରୁ ସର୍ବାଧିକ ସ୍କୋରର୍‌ ମିତାଲି ଆଜିର ମ୍ୟାଚ୍‌ ପାଇଁ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।



from Odisha Reporter https://ift.tt/2TgVa23

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages