ଐଶ୍ୱର୍ଯ୍ୟାଙ୍କ ସେହି ଇଣ୍ଟରଭ୍ୟୁ, ଯାହା ଖୋଲିଥିଲା ବ୍ରେକ୍‌ଅପ୍‌ର ପୋଲ୍‌   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଐଶ୍ୱର୍ଯ୍ୟାଙ୍କ ସେହି ଇଣ୍ଟରଭ୍ୟୁ, ଯାହା ଖୋଲିଥିଲା ବ୍ରେକ୍‌ଅପ୍‌ର ପୋଲ୍‌  

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏହି ନାଁ’ଟି ବଲିଉଡ୍‌ ଜଗତରେ ବେଶ୍‌ ଜଣାଶୁଣା। ବଲିଉଡର ସବୁଠୁ ସଫଳ ନାୟିକାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଐଶ୍ୱର୍ଯ୍ୟା। ଆଜି ହେଉଛି ସେହି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ୪୫ତମ ଜନ୍ମଦିବସ(୧୯୯୭ ନଭେମ୍ବର ୧)। ଅନେକ ଆନ୍ତର୍ଜାତିକ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଏହି ମହାନ୍‌ କଳାକାର ନିଜର ଅଭିନୟ ପାଇଁ ପଦ୍ମଶ୍ରୀ ଭଳି ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

ଦେବଦାସ୍‌, ଯୋଧା ଆକ୍‌ବର, ହମ୍‌ ଦିଲ୍‌ ଦେ ଚୁକେ ସନମ୍‌, ମହୋବତୈଁ ପରି ଅନେକ ସୁପର ହିଟ୍‌ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଆଜି ବି ଦେଶବାସୀଙ୍କୁ ଅଭିଭୂତ କରେ। ଯେଉଁଥିପାଇଁ ସେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ।

ନିଜ ମଡେଲିଂ ଓ ଫିଲ୍ମି କ୍ୟାରିୟରକୁ ନେଇ ସେ ଯେତେ ଚର୍ଚ୍ଚିତ ସେତିକି ଚର୍ଚ୍ଚିତ, ବଲିଉଡ ଟାଇଗର ସଲମାନ ଖାନ୍‌ଙ୍କ ସହ ଥିବା ତାଙ୍କର ସମ୍ପର୍କକୁ ନେଇ।

ବଲିଉଡରେ ଅନେକ ପ୍ରେମ କାହାଣୀ ଗଢ଼ିଉଠିଛି ପୁଣି ଏଇଠି ଭାଙ୍ଗିଛି ମଧ୍ୟ। ହେଲେ ସଲମାନ୍‌ ଓ ଐଶ୍ୱର୍ଯ୍ୟାଙ୍କ ଲଭ୍‌ଷ୍ଟୋରୀ ଭଳି କାହାଣୀ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ୧୯୯୯ରେ ଫିଲ୍ମ ‘ହମ୍‌ ଦିଲ୍‌ ଦେଚୁକେ ସନମ୍‌’ର ସୁଟିଂ ସେଟ୍‌ରୁ।  ପରଦାରେ ତାଙ୍କର ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ମତୁଆଲା କରୁଥିବାବେଳେ ରିୟଲ ଲାଇଫରେ ଦୁହିଁଙ୍କ ଅଫେୟାର୍‌ର ଖବର ଦର୍ଶକଙ୍କୁ ଖୁସିରେ ପାଗଳ କରିଦେଇଥିଲା। ଦୁହେଁ ଏକାଠି ବେଶ୍ ଭଲଲାଗୁଥିଲେ। ହେଲେ ଐଶ୍ୱର୍ଯ୍ୟାଙ୍କ ପରିବାର ସବୁବେଳେ ଏହି ସମ୍ପର୍କର ବିରୋଧ କରୁଥିଲେ।

ପାଖାପାଖି ୨ ବର୍ଷ ଉଭୟ ପରସ୍ପରକୁ ଡେଟ୍‌ କରିବା ପରେ ହଠାତ୍‌ ସେମାନଙ୍କ ଭିତରେ ବ୍ରେକ୍‌ଅପ୍‌ ହେବାର ଖବର ସାମ୍ନାକୁ ଆସିଲା। ସାରା ବଲିଉଡରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। ଏହାକୁ ନେଇ ଅନେକ ପ୍ରକାରର ଖବର ଆସିବାକୁ ଲାଗିଲା। କେତେବେଳେ କୁହାଗଲେ ଯେ, ସଲମାନ୍‌ ଐସ୍‌ଙ୍କୁ ମାରିଥିବାରୁ ବ୍ରେକ୍‌ଅପ୍‌ ହେଲା ତ ପୁଣି କେତେବେଳେ କୁହାଗଲା ଯେ, ସଲମାନ୍‌ଙ୍କର ଫ୍ଲର୍ଟି ନେଚର୍‌ ହିଁ ବ୍ରେକ୍‌ଅପ୍‌ର କାରଣ।

ଏହାପରେ ୨୦୦୨ରେ ଐଶ୍ୱର୍ଯ୍ୟା ଏକ ସାକ୍ଷାତ୍‌କାରରେ ସମସ୍ତ ଖୁଲାସା କରିଥିଲେ। ସେ କହିଥିଲେ, ‘‘ସଲମାନ୍‌ ଓ ତାଙ୍କର ବ୍ରେକ୍‌ ଅପ୍‌ ହୋଇସାରିଛି। ହେଲେ ସଲମାନ୍‌ ଏହାକୁ ମାନିବାକୁ ନାରାଜ୍‌। ଯେତେବେଳେ ଆମର ବ୍ରେକ୍‌ ଅପ୍‌ ହୋଇଥିଲା ସେ ମୋତେ ଫୋନ୍‌ରେ ଅନେକ ଅସଭ୍ୟ ଭାଷା ବ୍ୟବହାର କରି ଗାଳି କରିଥିଲେ। ଏପରି କି ସେ ମୋ ଉପରେ ହାତ ମଧ୍ୟ ଉଠେଇଥିଲେ। ସେ ମୋର ଅନ୍ୟ କୋଷ୍ଟାରଙ୍କ ସହ ଅଫେୟାର ଥିବା ଅଭିଯୋଗ କରୁଥିଲେ। ନିଜର ଆତ୍ମସମ୍ମାନ ପାଇଁ ମୁଁ ସଲମାନଙ୍କ ସହ ବ୍ରେକ୍‌ଅପ୍‌ କରିଦେଲି। ମୁଁ ବହୁତ ଖୁସି ଯେ ମୋର ସଲମାନଙ୍କ ସହ ସମ୍ପର୍କ ଭାଙ୍ଗିଗଲା।”

ଏହାପରେ ସଲମାନ୍‌ ଏହାର ଜବାବ୍‌ରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, “ମୁଁ ରାଗରେ ନିଜକୁ କଷ୍ଟ ଦେଇପାରେ ହେଲେ ଅନ୍ୟକୁ କେବ ନୁହେଁ। ମୁଁ ବହୁତ୍‌ ଇମୋଶନାଲ୍‌। ମୁଁ ଯେବେ ରାଗିଯାଏ ସେତେବେଳେ ମୁଁ ନିଜ ମୁଣ୍ଡକୁ କାନ୍ଥରେ ପିଟିବାକୁ ଲାଗେ ଓ ନିଜକୁ କଷ୍ଟ ଦିଏ। ମୁଁ ଥରେ କେବଳ ସୁବାଷ ଘାଇଙ୍କ ଉପରକୁ ହାତ ଉଠେଇଥିଲି, ହେଲେ ତା’ପର ଦିନ ହିଁ ମୁଁ ଯାଇ ତାଙ୍କୁ କ୍ଷମା ମାଗିଥିଲି।”

ଏହାପରେ ଐଶ୍ୱର୍ଯା ଏକ ପ୍ରେସ୍ ରିଲିଜ୍‌ ଜାରି କରିଥିଲେ ଯେ, ସେ ନିଜ ଆତ୍ମସମ୍ମାନ ଓ ପରିବାରର ଖୁସି ପାଇଁ ଆଉ କେବେ ସଲମାନ୍‌ଙ୍କ ସହ କାମ କରିବେ ନାହିଁ। ବାସ୍‌ ଏହିଭଳି ଭାବେ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା। ଏବେ ଐଶ୍ୱର୍ଯା ବଚ୍ଚନ ପରିବାରର ବୋହୂ। ଅଭିଷେକ ବଚ୍ଚନଙ୍କ ସହ ବିବାହ କରି ଏବେ ସେ ବେଶ୍ ଖୁସିରେ ଅଛନ୍ତି। ତାଙ୍କର ଆରାଧ୍ୟା ନାମରେ ଏକ କନ୍ୟା ସନ୍ତାନ ମଧ୍ୟ ଅଛି।

ଏହି ମହାନ୍‌ ଅଭିନେତ୍ରୀଙ୍କ କ୍ୟାରିଅର କଲେଜରେ ପଢ଼ିବା ସମୟରୁ ହିଁ ଆରମ୍ଭ ହୋଇଥିଲା। ପ୍ରଥମେ ସେ ବିଜ୍ଞାପନରେ କାମ କରିବା ଆରମ୍ଭ କରିଦେଇଥିଲେ। ଅନେକ କମ୍‌ ବୟସରେ ହିଁ ତାଙ୍କର ଗ୍ଲାମର ୱାର୍ଲଡରେ ପ୍ରବେଶ ହୋଇଯାଇଥିଲା। ମଡେଲିଂ କରୁ କରୁ ସେ ମିସ୍‌ ଇଣ୍ଡିଆ କଣ୍ଟେଷ୍ଟରେ ମଧ୍ୟ ଯୋଗ ଦେଇଥିଲେ। ୧୯୯୪ ମସିହାରେ ସେ ମିସ୍‌ ୱାର୍ଲ୍ଡ ହୋଇଥିଲେ। ଏହାପରେ ଐସ୍ୱର୍ଯ୍ୟାଙ୍କୁ ଅଭିନୟର ଅଫକର ମିଳିବାକୁ ଲାଗିଲା। ଏହାପରେ ୧୯୯୭ ମସିହାରେ ମଣିରତ୍ନମ୍‌ଙ୍କ ତମିଲ ଫିଲ୍ମ ‘ଇରୁଭର୍’ରୁ ସେ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ବଲିଉଡ ମୁଭି ଥିଲା, ୧୯୯୭ରେ ରିଲିଜ୍‌ ହୋଇଥିବା ‘ଔର ପ୍ୟାର୍‌ ହୋ ଗେୟା’।

ଐଶ୍ୱର୍ଯ୍ୟା ବିଶେଷ କରି ଦେବଦାସ୍‌, ହାମ୍‌ ଦିଲ୍‌ ଦେଚୁକେ ସନମ୍‌ରେ ତାଙ୍କ ଅଭିନୟ ପାଇଁ ପରିଚିତ। ଏଥିରେ ସେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିନେଇଥିଲେ। ଏହାପରେ ଐଶ୍ୱର୍ଯ୍ୟାଙ୍କ ଆକ୍ଟିଂ ଗାଡ଼ି ଜୋର୍‌ରେ ଗଡ଼ିବା ଆରମ୍ଭ ହୋଇଯାଇଥିଲା। ଆଜି ସେ ହେଉଛନ୍ତି ବଲିଉଡର ସବୁଠୁ ସଫଳ ନାୟିକାଙ୍କ ମଧ୍ୟରୁ ଜଣେ।

 



from Odisha Reporter https://ift.tt/2RsxTIP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages