
କୋରପୁଟ(ସତ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୁକୁନାଥ ପାଙ୍ଗି(୫୭)।
ଗୁରୁତର ଅବସ୍ଥାରେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଲୁକୁନାଥ ନିଜ ଜମି ନିକଟକୁ ଯାଇଥିଲେ। ସେଠାରେ ଉଜୁଡ଼ା ଫସଲକୁ ଦେଖି ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ଏହାପରେ ସେ ଘରକୁ ଆସି କୀଟନାଶକ ପିଇ ଦେଇଥିବା କଥା ସ୍ତ୍ରୀ ପଦ୍ମିତାଙ୍କୁ ପାଙ୍ଗିକୁ କହିଥିଲେ। ଏହାଶୁଣି ତାଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଅତ୍ୟଧିକ ଋଣଭାର, ଚାଷରେ କ୍ଷତି ଓ ପରିବାର ଚଳାଇବାରେ ଅସୁବିଧା ହେଉଥିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ ବୋଲି ଗାଁ ଲୋକେ କହିଛନ୍ତି।
from Odisha Reporter https://ift.tt/2PzOMEZ
No comments:
Post a Comment