ଛାତିରେ କଫ ଜମୁଛି କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଛାତିରେ କଫ ଜମୁଛି କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ କାକର ଯୋଗୁ ଅଧିକାଂଶ ଲୋକ ସର୍ଦ୍ଦି, କାଶ ଓ ମୁଣ୍ଡବିନ୍ଧା ଭଳି ଥଣ୍ଡାଜନିତ ରୋଗରେ ପଡ଼ନ୍ତି।  ବିଶେଷତଃ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା  ଅଧିକ ଦେଖାଦିଏ। ସର୍ଦ୍ଦି ପାଇଁ ଔଷଧ ଖାଇଲେ ଏହା ଶୀଘ୍ର ଭଲ ହୋଇଯାଏ। କିନ୍ତୁ କଫ ଓ କାଶ ଏତେ ଶୀଘ୍ର ଭଲ ହୁଏ ନାହିଁ। ଅନେକଙ୍କ ଛାତିରେ କଫ ଜମି ରହେ। ଏହାକୁ ଯଦି ଆପଣ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଭବିଷ୍ୟତରେ ଏହା ଗମ୍ଭୀର ରୂପ ନେଇପାରେ। କଫ ଛାତିରୁ ଯାଉ ଶ୍ୱାସ ନଳୀରେ ଜମି ରହିଲେ, ପ୍ରାଣହାନିର ଆଶଙ୍କା ମଧ୍ୟ ରହିଛି। 

ଛାତି ରେ କଫ ଜମିବାର ଲକ୍ଷଣ:

ଛାତିରେ କଫ ଜମିଗଲେ, କାଶ ଲାଗି ରହିବା ସହ ତଣ୍ଟିରେ ଅଧିକ ଦରଜ, ନାକ ବନ୍ଦ ହୋଇଯିବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ଏବଂ ମୁଣ୍ଡ ବିନ୍ଧା ସହ ସାଇନସ ମଧ୍ୟ ବାହାରି ଥାଏ।

କଫର ଘରୋଇ ଉପଚାର: 

ଛାତିରେ କଫ ଜମୁଥିଲେ, ଉଷୁମ ପାଣିରେ ଲୁଣ ପକାଇ କୁଳୁ କୁଳୁ କରନ୍ତୁ। ଦିନରେ ୩-୪ ଥର ଏପରି କରନ୍ତୁ, ଦେଖିବେ କଫ କିପରି ସମ୍ପୂର୍ଣ୍ଣ ଭଲ ହୋଇଯିବ।

କଫ ପାଇଁ ପାନ ପତ୍ର ମଧ୍ୟ ବେଶ୍ ଉପକାରୀ। ଯଦି ଛାତିରେ କଫ ଜମିଛି, ତେବେ ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ। ଖୁବ୍‌ଶୀଘ୍ର କଫ ସମସ୍ୟା ଦୂର ହେବ।

କଫ ଭଲ କରିବାର ଆଉ ଏକ ଉପାୟ ହେଉଛି ଅଦା ଚା’। ଏଥିପାଇଁ ପ୍ରଥମେ ଏକ କପ୍ ପାଣିରେ କିଛି ଅଦା କୁ ଛେଚି ପକାଇ ସେହି ପାଣି ଅଧା ହେବା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ। ଚା’ ପ୍ରସ୍ତୁତ ହୋଇଯିବା ପରେ ତାକୁ ଏକ କପପ୍‌କୁ ଛାଣି ସେଥିରେ ଏକ ଚାମଚ୍ ମହୁ ଭଲଭାବେ ଗୋଳାଇ ସେବନ କରନ୍ତୁ। ଦିନକୁ ୩-୪ ଥର ପିଅନ୍ତୁ, ଦେଖିବେ କଫ ସମସ୍ୟା ଶୀଘ୍ର ଭଲ ହୋଇଯିବ।

ରସୁଣ ମଧ୍ୟ କଫ ଦୂର ପାଇଁ ଏକ ଭଲ ଉପଚାର। ଏଥିପାଇଁ ଗରମ ପାଣିରେ ୪ରୁ ୫ ପାଖୁଡ଼ା ରସୁଣକୁ ଛେଚି ପକାଇ ସେବନ କରନ୍ତୁ। ଖୁବ୍‌ କମ୍‌ ଦିନରେ କଫ ଭଲ ହୋଇଯିବ।

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଅଦା ଓ ଲବଙ୍ଗ ଫୁଟାଇ ପିଅନ୍ତୁ। ଏହି ମିଶ୍ରଣରେ ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଭାଇରାଲ ଏଜେଣ୍ଟ ରହିଛି। ଏହା ସର୍ଦ୍ଦି, କାଶ ଓ କଫ ଭଲ କରିଥାଏ।

ଗୋଟିଏ ଡାଲଚିନି ଖଣ୍ଡ ସହ କିଛି ଅଦା ଗୁଣ୍ଡ ଓ ଦୁଇଟି ଲବଙ୍ଗ ଉଷୁମ୍ ପାଣିରେ ମିଶାଇ ସକାଳେ ତିନିରୁ ଚାରି ଦିନ ପିଅନ୍ତୁ। ଦେଖିବେ, କଫ କିପରି ଛୁ’ ମାରିବ।

କଫ ପାଇଁ ହଳଦୀ ମିଶ୍ରିତ କ୍ଷୀର ହେଉଛି ସବୁଠୁ ଭଲ। ଏହା ଆମ ଶରୀରର ଅନେକ ପ୍ରକାର ରୋଗକୁ ଭଲ କରିଥାଏ। ଏଥିପାଇଁ କପେ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ପକାଇ ଫୁଟାଇବା ପରେ ଏହାକୁ ଦିନକୁ ୨ରୁ ୩ ଥର ପିଅନ୍ତୁ। କିନ୍ତୁ ଯଦି ଆପଣଙ୍କର ଗ୍ୟାଷ୍ଟିକ୍ କିମ୍ବା ଜଣ୍ଡିସ୍‌ ସମସ୍ୟା ଥାଏ, ତେବେ ଏହି ଉପଚାର ଆପଣାନ୍ତୁ ନାହିଁ।



from Odisha Reporter https://ift.tt/2RALT3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages