ଯୋଗୀଙ୍କ ବିରାଟ୍‌ ଶ୍ରୀରାମ ମୂର୍ତ୍ତି ନିର୍ମାଣ ପ୍ରସ୍ତାବକୁ ଅଯୋଧ୍ୟାର ପ୍ରମୁଖ ପୂଜକଙ୍କ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଯୋଗୀଙ୍କ ବିରାଟ୍‌ ଶ୍ରୀରାମ ମୂର୍ତ୍ତି ନିର୍ମାଣ ପ୍ରସ୍ତାବକୁ ଅଯୋଧ୍ୟାର ପ୍ରମୁଖ ପୂଜକଙ୍କ ବିରୋଧ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଯୂ ନଦୀ କୂଳରେ ଶ୍ରୀରାମଙ୍କ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇବାକୁ ଯୋଜନା କରୁଛନ୍ତି। ହେଲେ ଏଭଳି ନଦୀ କୂଳରେ ବିରାଟ୍‌ ମୂର୍ତ୍ତି ନିର୍ମାଣକୁ ଖୋଦ୍‌ ବିବାଦୀୟ ଜମିରେ ଥିବା ମନ୍ଦିରରେ ରାମଙ୍କ ପ୍ରତିକୃତି ପୂଜା କରୁଥିବା ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ ବିରୋଧ କରିଛନ୍ତି।

ସେ କହିଛନ୍ତି, ଭଗବାନ ରାମ ବାହାରେ ନୁହେଁ ବରଂ ମନ୍ଦିର ମଧ୍ୟରେ ପୂଜା ପାଇଥାଆନ୍ତି। ତେଣୁ ବାହାରେ କୌଣସି ପ୍ରକାରର ରାମ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ। ମହନ୍ତ ସତ୍ୟେନ୍ଦ୍ର ଦୀର୍ଘ ୨୫ ବର୍ଷ ହେଲାଣି ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ମନ୍ଦିରରେ ରାମ ଲଲା(ଶିଶୁ ରାମ)ଙ୍କ ପୂଜା କରିଆସୁଛନ୍ତି।

ସେ କହିଛନ୍ତି, “ବାହାରେ ରାମ ମୂର୍ତ୍ତି ପ୍ରତିଷ୍ଠା ଆଦୌ ଗ୍ରହଣୀୟ ନୁହେଁ। ବାହାରେ ଏହା ପ୍ରତିଷ୍ଠା ହେଲେ, ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କିଏ ନେବ ଓ ପ୍ରତିଦିନ ଏହାକୁ କିଏ ପୂଜା କରିବ? ରାମଙ୍କ ପ୍ରତିମୂର୍ତ୍ତି ଏକ ରାଜନୀତିକ ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତି ନୁହେଁ।

ଆପଣମାନେ ଭଲ ଭାବେ ଜାଣିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଥିବା ରାଜନେତାଙ୍କ ପ୍ରତିମୂର୍ତ୍ତିର ଅବସ୍ଥା କ’ଣ ହୋଇଛି। କେହି ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉ ନାହାନ୍ତି। ତେଣୁ କେହି ବି ରାମଙ୍କ ପ୍ରତିମୂର୍ତ୍ତି ସହ ସେଭଳି ଘଟୁ ବୋଲି ଚାହାନ୍ତି ନାହିଁ। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସହ ଦୟାକରି ସେଭଳି କରନ୍ତୁ ନାହିଁ।”



from Odisha Reporter https://ift.tt/2qvCLle

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages