ମହାବଳର ମୃତ୍ୟୁର କାରଣ ଖୋଜିବାକୁ ଗଲେ କ୍ରାଇମବ୍ରାଞ୍ଚ ଓ ଏନ୍‌ଟିସିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ମହାବଳର ମୃତ୍ୟୁର କାରଣ ଖୋଜିବାକୁ ଗଲେ କ୍ରାଇମବ୍ରାଞ୍ଚ ଓ ଏନ୍‌ଟିସିଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବ୍ରିଗଡ଼ ଅଭୟାରଣ୍ୟରେ କିଭଳି ଘଟିଲା ମହାବଳର ମୃତ୍ୟୁ? ସ୍ଥିତି ଅନୁଧ୍ୟାନ ଓ ଅନୁସନ୍ଧାନ ପାଇଁ ଆଜି କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଏହି ଟିମ୍‌ ବିଦ୍ୟୁତ ତାର ବିଛାଯାଇଥିବା ଦାମୋଦରପଡ଼ା ଓ ଖଜୁରିଆ ଗାଁ ସୀମାନ୍ତ, ବାଘକୁ ପୋଡ଼ି ପୋତା ଯାଇଥିବା ସ୍ଥାନ ଏବଂ ଅନ୍ୟ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି। ବାଘ ହତ୍ୟା ସଂପର୍କରେ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିଛି।

ତଦନ୍ତର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ତଦନ୍ତର ନେତୃତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି। ସେପଟେ କେନ୍ଦ୍ରରୁ ଆସିଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ମହାବଳ ହତ୍ୟା ସଂପର୍କରେ ଅନୁଧ୍ୟାନ କରିଛି।
ଧରା ପଡ଼ୁନି ‘ସୁନ୍ଦରୀ’
ଏପଟେ ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଲାଗି ଚାଲିଥିବା ପ୍ରୟାସ ସଫଳ ହୋଇନାହିଁ। ଚନ୍ଦକାରୁ ଯାଇଥିବା କୁମ୍‌କୀ ହାତୀ ‘ଯଶୋଦା’ ସହାୟତାରେ ଗତକାଲିଠାରୁ ଅପରେସନ୍ ଚାଲିଥିଲେ ମଧ୍ୟ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ହୋଇଛି ବନବିଭାଗ।



from Odisha Reporter https://ift.tt/2D1Dces

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages