ଏହି ମହାନ କ୍ରିକେଟ୍‌ର ବି ଖରାପ ପ୍ରଦର୍ଶନ ପାଇଁ ଟିମ୍‌ରୁ ବାଦ୍‌ ପଡ଼ିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଏହି ମହାନ କ୍ରିକେଟ୍‌ର ବି ଖରାପ ପ୍ରଦର୍ଶନ ପାଇଁ ଟିମ୍‌ରୁ ବାଦ୍‌ ପଡ଼ିଥିଲେ

ମେଲବର୍ଣ୍ଣ: ମହାନ କ୍ରିକେଟର୍‌ ଡନ୍‌ ବ୍ରାଡମ୍ୟାନ୍‌ ୧୯୨୮ ମସିହା ଆଜିର ଦିନରେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି କିମ୍ବଦନ୍ତୀ ଖେଳାଳି କିମ୍ବା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ଟି ଆଦୌ ଶୁଭଙ୍କର ସାବ୍ୟସ୍ତ ହୋଇ ନଥିଲା। ମାତ୍ର ୨୦ ବର୍ଷ ବୟସରେ ବ୍ରାଡ୍‌ମ୍ୟାନ୍‌ ଡେବ୍ୟୁ କରିଥିଲେ ହେଁ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ଟିମ୍‌ରୁ ବାଦ ଦିଆଯାଇଥିଲା।

ଡେବ୍ୟୁ ମ୍ୟାଚ୍‌ରେ ବ୍ରାଡମ୍ୟାନ୍‌ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ମାତ୍ର ୧୮ ରନ୍‌ କରିପାରି ଥିଲେ। ଦ୍ୱିତୀୟ ଇନିଂସ୍‌ରେ ସେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏଥିପାଇଁ ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବାଦ ଦିଆଯାଇଥିଲା। ତେବେ ସେ ଅତିରିକ୍ତ ଖେଳାଳି ଭାବେ ଏହି ଟେଷ୍ଟ୍‌ରେ ଫିଲ୍ଡିଂ କରିଥିଲେ।
ତୃତୀୟ ଟେଷ୍ଟ୍‌ଟି ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳା ଯାଉଥିବା ବେଳେ ବ୍ରାଡ୍‌ମ୍ୟାନ୍‌ଙ୍କୁ ପୁଣି ସୁଯୋଗ ମିଳିଥିଲା। ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ବ୍ରାଡ୍‌ମ୍ୟାନ୍‌ ୭୯ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧୧୨ ରନ୍‌ ସ୍କୋର କରିଥିଲେ। ସେବେଠାରୁ ଆଉ ବ୍ରାଡ୍‌ମ୍ୟାନ୍‌ କେବେ ହେଲେ ଟିମ୍‌ରୁ ବାଦ ପଡ଼ି ନଥିଲେ।



from Odisha Reporter https://ift.tt/2RqC8oW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages