ଖାରବେଳଙ୍କୁ ବିଧା ଚାପୁଡ଼ା ମାରି ତଳେ ପକାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଖାରବେଳଙ୍କୁ ବିଧା ଚାପୁଡ଼ା ମାରି ତଳେ ପକାଇଦେଲେ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ‘ଉତ୍କଳ ଭାରତ’ର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ ହୋଇଛି। ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜଣେ ଯୁବକ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ ପଚାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ତାଙ୍କ ମୁହଁକୁ ମାଡ଼ ମାରି ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ଶେୟାର କରିଛନ୍ତି। ନିଜ ଫେସ୍‌ବୁକ୍ ପେଜ୍‌ରେ ସେ ଏହି ଭିଡିଓକୁ ଶେୟାର କରିଛନ୍ତି।  ଏହି ଘଟଣା ରାୟଗଡ଼ାର କାଶୀପୁର ଅଞ୍ଚଳରେ ଘଟିଛି।

ଏଭଳି ଘଟଣା ନେଇ ଖାରବେଳ କହିଛନ୍ତି ଯେ,ସଭା ପାଇଁ ପୁଲିସ ସହାୟତା ମାଗିଥିଲୁ, ଆସିବାକୁ କହି ଆସିଲେନି। ସଭା ଚାଲିଥିଲା ବେଳେ ୨-୩ ଜଣ ପହଞ୍ଚି ତୁମେ କିଏ ପଚାରିଲେ। ଆମକୁ ନପଚାରି କାହିଁକି ଆସିଛ ବୋଲି ପଚାରିଥିଲେ?

ଅଧିକ ପଢ଼ନ୍ତୁ-ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ

ବିଜେଡି ବିରୋଧରେ କାହିଁକି କହୁଛ କହି ଆକ୍ରମଣ କରିଥିଲେ। ଏମିତିକି ବିଧା ଚାପୁଡ଼ା ମାରିଲେ। ଫଳରେ ମୁଁ ତଳକୁ ପଡ଼ିଗଲି ବୋଲି ଖାରବେଳ କହିଛନ୍ତି। ସେମାନେ ମାଇକ ଷ୍ଟାଣ୍ଡ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ବିଜେଡି ବିରୋଧରେ କହିଲେ ହାଣିଦେବୁ ବୋଲି ସେମାନେ କହିଥିବା ଖାରବେଳ କହିଛନ୍ତି। ପୂର୍ବରୁ ଖାରବେଳଙ୍କୁ ଆଳିରେ ଆକ୍ରମଣ ହୋଇଥିଲା। ସେଠାରେ ମଧ୍ୟ ଖାରବେଳଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2PShy3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages