କପିଲ୍‌ ଶର୍ମାଙ୍କ ଶୋକୁ ଟକ୍କର ଦେବେ ‘ଗୁତ୍ଥି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

କପିଲ୍‌ ଶର୍ମାଙ୍କ ଶୋକୁ ଟକ୍କର ଦେବେ ‘ଗୁତ୍ଥି’

ମୁମ୍ୱାଇ: କମେଡିର କଥା ପଡିଲେ ଆପଣମାନେ ସମସ୍ତେ ସୁନୀଲ୍‌ ଗ୍ରୋଭର୍‌(ଗୁତ୍ଥି) ଆଉ କପିଲ କଥା ମନେପକାଉଥିବେ। କାରଣ ଟିଭି ପରଦାରେ ଏ ଦୁହିଁଙ୍କ ଦମ୍‌ଦାର କମେଡି ଦୀର୍ଘଦିନ ଧରି ଆମକୁ ବାନ୍ଧି ରଖିଥିଲା। ହେଲେ ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଥିଲା ଆଉ ‘ଶୋ’ କ୍ରମେ ନିଷ୍ପ୍ରଭ ହୋଇ ପଡିଥିଲା।

ନିଜର ନିଖୁଣ କମେଡ଼ି ପାଇଁ ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁନୀଲ୍‌ ଗ୍ରୋଭର୍‌ ଏବେ ନିଜର ନୂଆ ଶୋରେ ଦର୍ଶକଙ୍କ ନଜରକୁ ଆସିବାକୁ ଯାଉଛନ୍ତି।

ତାଙ୍କ ଶୋର ନାମ ହେଉଛି, ‘କାନପୁର ବାଲେ ଖୁରାନାଜ୍‌’। ଏହି ଶୋ ଡିସେମ୍ୱରରେ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ଆପଣ ଜାଣିଥିବେ, କପିଲ ଶର୍ମା ମଧ୍ୟ ନିଜର ଶୋ କମେଡି ନାଇଟ୍ସ୍‌ ଉଇଥ୍‌ କପିଲ୍‌ର ଦ୍ୱିତୀୟ ସିଜିନ୍‌ ଆରମ୍ଭ କରିବାକୁ ଯାଉଛନ୍ତି। କିନ୍ତୁ ଏଥିରେ ସୁନୀଲ୍‌ ଗ୍ରୋଭର୍‌ଙ୍କୁ ଦେଖିବା ପାଇଁ ମିଳିବ ନାହିଁ।

ଆପଣ ଏହି କମେଡ଼ିଆନ୍‌ଙ୍କର କମେଡିକୁ ନୂଆ ଶୋ ‘କାନପୁର୍‌ ବାଲେ ଖୁରାନାଜ୍‌’ରେ ଦେଖିବାକୁ ପାଇବେ। ତେବେ ସୁନୀଲ୍‌ଙ୍କର ଏହି ଶୋ ୧୫ ଡିସେମ୍ୱର ମଧ୍ୟରେ ଅନ୍‌ଏୟାର୍‌ ହେବାକୁ ଯାଉଛି।

ଏହି ଶୋରେ ତାଙ୍କ ସହିତ କୁନାଲ୍‌ ଖେମୁ, ଅଦା ଖାନ୍‌, ଅଲି ଅଜଗର୍‌ଙ୍କ ସହିତ ଅନେକ କମେଡିଆନ୍‌ଙ୍କୁ ଦେଖିବାକୁ ପାଇବେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଏହି ଶୋରେ ପ୍ରଥମ ଗେଷ୍ଟ ଭାବେ ରଣବୀର୍‌ ସିଂହ ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି ଆସୁଛନ୍ତି। ଆଗକୁ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ସିମ୍ୱା’ର ପ୍ରମୋସନ ପାଇଁ ଏହି ଦୁଇଜଣ ସୁନୀଲ୍‌ଙ୍କ ଶୋ’କୁ ଆସିବେ ବୋଲି ଖବର ମିଳିଛି। ରଣବୀର୍‌ଙ୍କ ରିସେପସନ୍‌ ପରେ ଏହା ତାଙ୍କର ପ୍ରଥମ ଶୋ ହେବ।

ଏହି ଶୋରେ ୧୬ଟି ଏପିସୋଡ୍ ରହିବ ଏବଂ ୮ ସପ୍ତାହ ପର୍ଯ୍ୟନ୍ତ ଏହା ଦର୍ଶକଙ୍କୁ ବାନ୍ଧି ରଖିବ। ତେବେ ସେପଟେ ଡିପ୍ରେସନ୍‌ ଓ ଅନେକ ବିବାଦ ଘେରରେ ରହିଥିବା କପିଲ୍‌ ଶର୍ମା ନିଜର ଶୋ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଏବେ କେବଳ ଦେଖିବାକୁ ବାକି ରହିଲା, ଦର୍ଶକଙ୍କ କାହାକୁ ଅଧିକ ପସନ୍ଦ କରୁଛନ୍ତି।



from Odisha Reporter https://ift.tt/2Rcmb5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages