‘ନିମୋନିଆ’ରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

‘ନିମୋନିଆ’ରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଶୀତ ଋତୁ ଆସିଲେ ଥଣ୍ଡା, ଜ୍ୱର ଓ କାଶ ସହ ଅନେକ ଲୋକ ‘ନିମୋନିଆ’ରେ ଆକ୍ରାନ୍ତ ହୁଅନ୍ତି। ‘ନିମୋନିଆ’ ଏକ ସଂକ୍ରାମକ ରୋଗ ଏବଂ ଏଥିରେ ଆକ୍ରାନ୍ତ ହେବା ପରେ ଆପଣ ନିଜ ସ୍ୱାସ୍ଥ୍ୟର ସଠିକ୍‌ ଯତ୍ନ ନ ନେଲେ, ଏହା ଭୟାନକ ରୂପ ନେଇଥାଏ।

ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ଅଧିକ ମାତ୍ରାରେ ‘ନିମୋନିଆ’ରେ ଆକ୍ରାନ୍ତ ହୋଇଥା’ନ୍ତି। ଯଦି ଆପଣ ‘ନିମୋନିଆ’ରେ ପୀଡ଼ିତ, ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି ରୋଗରୁ ଆରୋଗ୍ୟ ଲାଭ କରି ପାରିବେ।

ଏବେ ଆସନ୍ତୁ, ‘ନିମୋନିଆ’ରୁ ସୁରକ୍ଷା ପାଇଁ ଘରୋଇ ଉପଚାରଗୁଡ଼ିକ ସମ୍ପର୍କରେ ଜାଣିବା

୧. ଆପଲ୍‌ ସାଇଡର୍‌ ଭିନେଗାର୍‌: ଆପଲ୍‌ ସାଇଡର୍‌ ଭିନେଗାର୍‌ରେ ଆଣ୍ଟି-ଇନ୍‌ଫ୍ଲାମୋଟାରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଭାଇରାଲ୍‌ ଗୁଣ ରହିଛି। ‘ନିମୋନିଆ’ ପରି ରୋଗରୁ ଉପଶମ ପାଇଁ ଅଧା ଗ୍ଲାସ୍‌ ଗରମ ପାଣିରେ ଗୋଟିଏ ଚାମଚ ଆପଲ୍‌ ସାଇଡର୍‌ ଭିନେଗାର୍‌ ଓ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ।

୨. ରସୁଣ: ରସୁଣରେ ଥିବା ଏଲିସନ୍‌ରେ ପ୍ରଚୁର ମାତ୍ରାର ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଫଙ୍ଗଲ୍‌ ଗୁଣ ରହିଛି। ଯଦି ଆପଣ ପ୍ରତିଦିନ ଦୁଇରୁ ତିନିଟି ରସୁଣ ଖାଇବେ ଓ ରସୁଣକୁ ବାଟି ଏହାର ପେଷ୍ଟ୍‌କୁ ଛାତିରେ ଲଗାଇବେ, ତେବେ ନିମୋନିଆରୁ ଅନେକାଂଶରେ ମୁକ୍ତି ପାଇପାରିବେ।

୩. ହଳଦୀ: ହଳଦୀରେ ପ୍ରଚୁର ପରିମାଣର କର୍‌କୁମିନ୍‌ ରହିଛି। ଏହା ‘ନିମୋନିଆ’ରୁ ସୁରକ୍ଷା ଦିଏ। ଏଥିପାଇଁ କ୍ଷୀରରେ ହଳଦୀ ମିଶାଇ କିମ୍ୱା ହଳଦୀ ଚା’ ତିଆରି କରି ପିଅନ୍ତୁ।

୪. ପରିବା ଜୁସ୍‌: ‘ନିମୋନିଆ’ ହେବାର କାରଣ ହେଉଛି, ଶରୀରରେ ପାଣି ଓ ଭିଟାମିନ୍‌ର ଅଭାବ। ଏଥିପାଇଁ ଆପଣ ପରିବା ଜୁସ୍‌ କରି ପିଇବା ଦ୍ୱାରା ଏଥିରୁ ସୁରକ୍ଷା ମିଳିଥାଏ।



from Odisha Reporter https://ift.tt/2TwqcmJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages