
ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ଡିସେମ୍ବର ୬ ତାରିଖ ଆଡିଲେଡ୍ ଟେଷ୍ଟ୍ ପୂର୍ବରୁ ଭାରତକୁ ଆଜି ଜବରଦସ୍ତ ଝଟ୍କା ଲାଗିଛି। ଦଳର ଷ୍ଟାର ଫ୍ଲେୟାର ତଥା ଜବରଦସ୍ତ ଫର୍ମରେ ଥିବା ଓପନର୍ ପୃଥ୍ୱୀ ଶ’ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।
ବର୍ତ୍ତମାନ ଭାରତ ସିଡ୍ନୀରେ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଶ’ ଗୁରୁତୁର ଆହତ ହୋଇଛନ୍ତି। ତାଙ୍କ ଆଙ୍କେଲରେ ଗଭୀର ଆଘାତ ଲାଗିଥିବାରୁ ସେ ପ୍ରଥମ ଟେଷ୍ଟ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଅପରାହ୍ଣରେ ସ୍ପଷ୍ଟ କରାଯାଇଛି।

ଅଭ୍ୟାସ ମ୍ୟାଚ୍ ବେଳେ ୧୯ ବର୍ଷୀୟ ଶ’ ଡିପ୍ ମିଡ୍ ୱିକେଟ୍ରେ ଫିଲ୍ଡିଂ କରିଥିଲେ। ଏହି ସମୟରେ ଏକ କ୍ୟାଚ୍ ଧରିବାକୁ ଚେଷ୍ଟା କରିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏହାଦ୍ୱାରା ତାଙ୍କ ବାମ ଗୋଡ଼ର ଗୋଇଠିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ମେଡିକାଲ ଟିମ୍ ଟେକି ଟେକି ପଡ଼ିଆ ବାହାରକୁ ନେଇଥିଲେ।
ଏହାପରେ ସ୍କାନରୁ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଛି। ତେଣୁ ସେ ଆଡିଲେଡ୍ ଟେଷ୍ଟ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି।
ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁରେ ଶତକ ହାସଲ କରିଥିବା ଶ’ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏହି ଅଭ୍ୟାସ୍ ମ୍ୟାଚ୍ରେ ୬୯ଟି ବଲ୍ରେ ୬୬ ରନ୍ର ଇନିଂସ୍ ଖେଳିଥିଲେ।

ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ରେ ସେ ନିଜର ଜଲୱା ଦେଖାଇବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ସବୁ ଏବେ ପାଣି ଫାଟି ଯାଇଛି। ଶ’ଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲଙ୍କ ସହ ମୁରଲୀ ବିଜୟ ଓପନିଂ କରିବା ଏକପ୍ରକାରର ସ୍ପଷ୍ଟ ହୋଇଛି।

from Odisha Reporter https://ift.tt/2rfKaFA
No comments:
Post a Comment