କଂଗ୍ରେସ ମହାଭାରତ: ରାହୁଲଙ୍କ ସାମ୍ନାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହ କଥା କଟାକଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

କଂଗ୍ରେସ ମହାଭାରତ: ରାହୁଲଙ୍କ ସାମ୍ନାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହ କଥା କଟାକଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନିର୍ବାଚନରେ କଂଗ୍ରେସ ବିଜେପିକୁ ମାତ୍‌ ଦେଇ କ୍ଷମତା ଦଖଲ କରିବାକୁ ଚାହୁଁଥିବା ବେଳେ ଦଳ ମଧ୍ୟରେ ଚାଲିଥିବା ତୁତୁମେଁମେଁ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ମଧ୍ୟପ୍ରଦେଶ କଂଗ୍ରେସରେ ଯେ ଫାଟ ରହିଛି, ସେକଥା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ଖୋଦ୍‌ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କ ଆଗରେ ମଧ୍ୟପ୍ରଦେଶ କଂଗ୍ରେସର ଦୁଇ ହେଭିୱେଟ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ସମସ୍ତଙ୍କୁ ଆଚମ୍ବିତ କରିଛି।

ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର କେନ୍ଦ୍ରୀୟ ନର୍ବାଚନ ବୈଠକରେ ଦୁଇ ନେତା ପରସ୍ପର ସହ ବାକ୍‌ଯୁଦ୍ଧ କରିଥିଲେ। ସିନ୍ଧିଆ ମଧ୍ୟପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ମୁଖ୍ୟ ହୋଇଥିବା ବେଳେ ଶ୍ରୀ ସିଂହ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗଠିତ ସଂଯୋଜକ କମିଟିର ମୁଖ୍ୟ। ଉଭୟ ନିଜ ନିଜର କ୍ଷମତାକୁ ଦଳ ଉପରେ ଲଦିବା ପାଇଁ ରାହୁଲଙ୍କ ଆଗରେ ପରସ୍ପରକୁ ଦୋଷାରୋପ କରିଥିଲେ।

ନଭେମ୍ବର ୨୮ରେ ହେବାକୁ ଥିବା ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଦିଗରେ ଆଲୋଚନା କରିବାକୁ ଏହି ନିର୍ବାଚନ ସେଲ୍‌ର ବୈଠକ ବସିଥିଲା। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହ ଟିକେଟ୍‌ ବଣ୍ଟନ୍‌ ଏବଂ ପ୍ରାର୍ଥୀ ଚୟନକୁ ନେଇ ପରସ୍ପର ସହ ପାଟିତୁଣ୍ଡ କରିଥିଲେ। ଉଭୟ ସେମାନଙ୍କ ପସନ୍ଦର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ଅଡ଼ି ବସିଥିଲେ। ତେବେ ରାହୁଲ ଗାନ୍ଧିଙ୍କ ସାମ୍ନାରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ଦଳକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି।

ରାହୁଲ ଗାନ୍ଧି ଉଭୟ ନେତାଙ୍କ ମଧ୍ୟରେ ଆପୋସ ବୁଝାମଣା କରି ସବୁ ସମସ୍ୟାର ଅନ୍ତ ଘଟାଇବାକୁ ଏକ ୩ ଜଣିଆ କମିଟି ଗଠନ କରିଥିବା ଜଣାପଡ଼ିଛି।

ଗୁରୁବାର ରାତି ୨.୩୦ ଯାଏ କଂଗ୍ରେସର ୩ ବରିଷ୍ଠ ନେତା ବୀରାପ୍ପା ମୋଇଲୀ, ଅଶୋକ ଗେହଲଟ୍‌ ଓ ଅହମ୍ମଦ ପଟେଲ୍‌ ଦଳର ଦିଲ୍ଲୀସ୍ଥିତ ୱାର ରୁମ୍‌ରେ ବସି ଦୁଇ ନେତାଙ୍କ କଳିର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲେ। ତେବେ ଏହାର ସମାଧାନ କେତେଦୂର ହୋଇଛି, ତାହା ଜଣାପଡ଼ିନାହିଁ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଦୁଇ ବରିଷ୍ଠଙ୍କ ମଧ୍ୟରେ ଏଭଳି ପାଟିତୁଣ୍ଡ ଦେଖି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଦଳକୁ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ହାଇକମାଣ୍ଡ ମନା କରିଛନ୍ତି।



from Odisha Reporter https://ift.tt/2QbGLCF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages