
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ବିବାଦ ଘେରରେ ଫସିଯାଇଛନ୍ତି। ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ୍ ବଣ୍ଟାକୁ ନେଇ ଭକ୍ତଙ୍କ ପୁଅ ସାଗରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି।
ତେବେ ଏନେଇ ଅଭିଯୋଗ କରିଛନ୍ତି ରଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ ମାଲେଶ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ ଇବ୍ରାହିମପଟ୍ଟନମ ଆସନରୁ ଟିକେଟ୍ ଦେବା ପାଇଁ ଦଳ ମୋଠାରୁ ୩ କୋଟି ଟଙ୍କା ଦାବି କରିଥିଲା। AICC ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିଲେ। ଏହି ଡିଲ୍ ନେଇ ହୋଇଥିବା ସାଗରଙ୍କ କଥାବାର୍ତ୍ତାର ଏକ ଅଡିଓ ଟେପ୍ ମଧ୍ୟ ଜାରି ହୋଇଛି।”
ଏହି ଅଭିଯୋଗ ପରେ ତେଲେଙ୍ଗାନା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ତେଲେଙ୍ଗାନାରେ ଡିସେମ୍ବର ୭ରେ ବିଧାନସଭା ନିର୍ବାଚନ ଅନୁଷ୍ଠି ହେବ ।
ଏହି ଅଭିଯୋଗ ନେଇ ଭକ୍ତ ଦାସ କିମ୍ବା ତାଙ୍କ ପୁଅଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter https://ift.tt/2A1mYPo
No comments:
Post a Comment