ମା’ ହେଲେ ନେହା, ଘରକୁ ଆସିଲେ କନ୍ୟା ରତ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

 ମା’ ହେଲେ ନେହା, ଘରକୁ ଆସିଲେ କନ୍ୟା ରତ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆଙ୍କ ଘରକୁ ରବିବାର ସକାଳୁ କନ୍ୟା ରତ୍ନ ଆସିଛନ୍ତି। ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଉଭୟ ମା’ ଓ ଝିଅ ସୁସ୍ଥ ଥିବା ସୂଚନା ମିଳିଛି।

ନେହା ମା’ ହେବା ପରେ ଶୁଭେଚ୍ଛୁ, ସମ୍ପର୍କୀୟ ଓ ପ୍ରଶଂସକ ମହଲ ସମେତ ବଲିଉଡ୍‌ରୁ ଉଭୟ ନେହା ଓ ସ୍ୱାମୀ ଅଙ୍ଗଦ୍‌ ବେଦିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ନେହା ଓ ଅଙ୍ଗଦ୍‌ଙ୍କ ବନ୍ଧୁ ସୋଫି ଚୌଧୁରୀ ପ୍ରଥମ ସେଲିବ୍ରିଟି ଭାବେ ସୋଶାଲ୍‌ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ମେ’ ୧୦ରେ ନେହା ଏବଂ ଅଙ୍ଗଦ ନୂଆଦିଲ୍ଲୀର ଏକ ଗୁରୁଦ୍ୱାରରେ ଗୋପନୀୟ ଭାବେ ବିବାହ କରିଥିଲେ। ଏହାକୁ ନେଇ ସେତେବେଳେ ବି’ ଟାଉନ୍‌ରେ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।

ତେବେ ଗତ ସପ୍ତାହରେ ଟେଲିଭିଜନ୍ ଶୋ’ ‘ନୋ ଫିଲ୍ଟର୍‌ ନେହା’ରେ ଅତିଥି ହୋଇଥିବା ସ୍ୱାମୀ ଅଙ୍ଗଦ କହିଥିଲେ ଯେ ନେହା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ।

ଶୋ’ରେ ଅଙ୍ଗଦ କହିଥିଲେ, ନେହାଙ୍କ ଗର୍ଭଧାରଣ ସମ୍ପର୍କରେ ଯେତେବେଳେ ତାଙ୍କ ବାପା ମା’ ଜାଣିଲେ,ସେମାନେ ବହୁତ ରାଗି ଯାଇଥିଲେ ଓ ଅଙ୍ଗଦ୍‌ଙ୍କୁ ଖୁବ୍‌ ଗାଳି ମଧ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: ନେହାଙ୍କ ଗର୍ଭଧାରଣକୁ ନେଇ ଏମିତି କହିଲେ ସ୍ୱାମୀ ଅଙ୍ଗଦ୍



from Odisha Reporter https://ift.tt/2Tk4JO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages