ଜାଣନ୍ତୁ, ଦିନକୁ କେତେ ହଳଦୀ ଆମ ଶରୀର ପାଇଁ ଆବଶ୍ୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଜାଣନ୍ତୁ, ଦିନକୁ କେତେ ହଳଦୀ ଆମ ଶରୀର ପାଇଁ ଆବଶ୍ୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହଳଦୀ ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ଖାଦ୍ୟ ସାମଗ୍ରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଣ୍ଟିଇନ୍‌ଫ୍ଲାମେଣ୍ଟାରୀ ଓ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ରହିଛି।ଏହାକୁ ଖାଇବା ଦ୍ୱାରା ଶରୀରରେ ଇନ୍‌ଫେକ୍‌ସନ୍‌ କମ୍‌ ହେବା ସହିତ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବଢ଼ିଥାଏ।

ଶରୀର ପାଇଁ ଉପକାରୀ ହୋଇଥିଲେ ମଧ୍ୟ ଏହା ଜାଣିବା ଜରୁରୀ ଯେ, ଜଣେ ବ୍ୟକ୍ତି ଦିନକୁ କେତେ ପରିମାଣର ହଳଦୀ ଖାଇବା ଉଚିତ୍‌।

ହଳଦୀରେ କର୍‌କୁମିନ୍‌ ରହିଛି, ଯାହା ଆଣ୍ଟିଇନ୍‌ଫ୍ଲାମେଣ୍ଟାରୀ ଗୁଣରେ ଭରପୂର। ଆଉ ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦିନକୁ ୫୦୦ରୁ ୧୦୦୦ ମିଲିଗ୍ରାମ୍‌ ଯାଏ କର୍‌କୁମିନ୍‌ ଆବଶ୍ୟକ। ଗୋଟିଏ ଚାମଚ ହଳଦୀରେ ପାଖାପାଖି ୨୦୦ ମିଲିଗ୍ରାମ୍‌ କର୍‌କୁମିନ୍‌ ଥାଏ। ତେଣୁ ଜଣେ ବ୍ୟକ୍ତି ଦିନକୁ ଚାରିରୁ ପାଞ୍ଚ ଚାମଚ ନିଜ ହଳଦୀ ପାଇଁ ବ୍ୟବହାର କରିପାରିବେ।
ହଳଦୀକୁ ସିଧାସଳଖ ଖାଇବା ଏବଂ କୌଣସି ଖାଦ୍ୟରେ ପକାଇ ଖାଇଲେ ମଧ୍ୟ କର୍‌କୁମିନ୍‌ର ଆବଶ୍ୟକତା ପୂରଣ ହୋଇଥାଏ।
ତେବେ ଦିନକୁ ୫୦୦ ମିଲିଗ୍ରାମ୍‌ କର୍‌କୁମିନ୍‌ ଆମ ଶରୀରକୁ ସୁସ୍ଥ ରଖିଥାଏ।

ବ୍ୟାୟାମ କରିବା ପରେ ଯଦି ଶରୀରରେ ଯନ୍ତ୍ରଣା ହେଉଛି, ତେବେ ହଳଦୀରୁ ପ୍ରସ୍ତୁତ ଚା’ ପିଅନ୍ତୁ। ଏହା ଶରୀରରୁ ଯନ୍ତ୍ରଣା ଦୂର କରିଥାଏ।

କିନ୍ତୁ ଆବଶ୍ୟକତାଠାରୁ ଅଧିକ ହଳଦୀ ଖାଇଲେ, ଶରୀର ପାଇଁ କ୍ଷତିକାରକ ହେବାର ଆଶଙ୍କା ରହିଛି। ଅଧିକ ହଳଦୀ ଖାଇଲେ ଡାଇରିଆ, ଡାଇବେଟିସସ୍‌ ଓ ରକ୍ତଚାପ ହେବାର ମଧ୍ୟ ଆଶଙ୍କା ରହିିଛି।



from Odisha Reporter https://ift.tt/2DuXflx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages