
କଟକ: ଆଜି ହାଇକୋର୍ଟରେ ହେବାକୁ ଥିବା ପୁଲିସ୍-ଓକିଲ ବିବାଦ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। ଆସନ୍ତା ସୋମବାର ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।
୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ଆଜି ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ। ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।
ସେପଟେ ଓକିଲଙ୍କ ଆନ୍ଦୋଳନ ନେଇ ହାଇକୋର୍ଟ ବାର ଆସୋସିଏସନର ବୈଠକ ବସୁଛି। ଆନ୍ଦୋଳନର ପରବର୍ତ୍ତୀ ରୂପରେଖ କ’ଣ ହେବ ତାହା ବୈଠକରେ ନିଷ୍ପତ୍ତି ନିଆଯିବ।
from Odisha Reporter https://ift.tt/2QtxTIw
No comments:
Post a Comment