
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଚାଇନିଜ୍ ବାସ୍ତୁ ଶାସ୍ତ୍ର ‘ଫେଙ୍ଗ୍ ସୁଇ’ର ପ୍ରଚଳନ ଆମ ଦେଶରେ ବେଶ୍ ବଢ଼ିଗଲାଣି। ଅଧିକାଂଶ ଲୋକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ଫେଙ୍ଗ୍ ସୁଇ’ ଅନୁଯାୟୀ ବିଭିନ୍ନ ଉପାୟ ଆପଣାଉଛନ୍ତି। ଆଉ ଏଥିରୁ ସୁଫଳ ମଧ୍ୟ ପାଉଛନ୍ତି।
ଆଜି ଆମେ ‘ଫେଙ୍ଗ୍ ସୁଇ’ରେ କୁହାଯାଇଥିବା କିଛି ଉପାୟ କହିବୁ, ଯାହା ଆପଣେଇଲେ ଆପଣଙ୍କ ଘରେ କେବେ ବି ସୁଖ, ଶାନ୍ତି ଓ ଧନର ଅଭାବ ରହିବ ନାହିଁ।
୧. ‘ଫେଙ୍ଗ୍ ସୁଇ’ ଅନୁଯାୟୀ ଘରେ ମୁହଁରେ କଏନ୍ ଧରିଥିବା ତିନି ଗୋଡ଼ିଆ ବେଙ୍ଗର ମୂର୍ତ୍ତି ରଖିଲେ ଶୁଭ ଫଳ ମିଳିଥାଏ। ଏହାକୁ ଘରର ମୁଖ୍ୟଦ୍ୱାର ପାଖରେ ରଖିଲେ, ଘରେ କେବେ ବି ଧନର ଅଭାବ ହୋଇ ନ ଥାଏ।
୨. ବାଉଁଶ ଗଛକୁ ମଧ୍ୟ ‘ଫେଙ୍ଗ୍ ସୁଇ’ରେ ଶୁଭ ବୋଲି କୁହାଯାଏ। ଏହାକୁ ଘରେ ରଖିବାଦ୍ୱାରା ଘରକୁ ସମୃଦ୍ଧି ଆସିଥାଏ। ପରିବାର ଲୋକଙ୍କୁ ଏହା ବିପରୀତ ସ୍ଥିତି ସହ ଲଢ଼ିବାର କ୍ଷମତା ଦେଇଥାଏ ଏବଂ ଭାଗ୍ୟର ସହାୟତା ମିଳିଥାଏ।
୩. ‘ଫେଙ୍ଗ୍ ସୁଇ’ ଅନୁସାରେ, ଘରର ମୁଖ୍ୟଦ୍ୱାରରେ ଛୋଟ ଛୋଟ ଘଣ୍ଟି ବାନ୍ଧିବା ଶୁଭଦାୟକ। ଏହାଦ୍ୱାରା କୌଣସି ପ୍ରକାର ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ।
୪. ଚାଇନିଜ୍ ବାସ୍ତଶାସ୍ତ୍ର ଅନୁଯାୟୀ, ଘରେ ମାଛ ରଖିବା ଦ୍ୱାରା ଅନେକ ଶୁଭ ଫଳ ମିଳେ। ଏହା ଦ୍ୱାରା ଆପଣଙ୍କ ଭାଗ୍ୟୋଦୟ ହୋଇଥାଏ। ଏଥିପାଇଁ ମାଛ ଆକ୍ୱାରିୟମକୁ ଘରର ମୁଖ୍ୟ କୋଠରୀର ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଆବଶ୍ୟକ। ତେବେ ମନେରଖନ୍ତୁ, ଆକ୍ୱାରିୟମରେ ସବୁବେଳେ ୯ଟି ମଛ ରଖିବା ଉଚିତ୍। ଏଥିମଧ୍ୟରୁ ୮ଟି ଗୋଲ୍ଡେନ୍ ଓ ଗୋଟିଏ କଳା ରଙ୍ଗର ମାଛ ରହିବା ଆବଶ୍ୟକ।
from Odisha Reporter https://ift.tt/2QzhMJG
No comments:
Post a Comment