‘ସ୍ପାଇଡର ମ୍ୟାନ୍‌’ ଏବଂ ‘ଦି ହକ୍‌’ ଚରିତ୍ରର ସ୍ରଷ୍ଟା ମାର୍ଭଲ କିମ୍ବଦନ୍ତୀ ଷ୍ଟେନ୍‌ ଲିଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

‘ସ୍ପାଇଡର ମ୍ୟାନ୍‌’ ଏବଂ ‘ଦି ହକ୍‌’ ଚରିତ୍ରର ସ୍ରଷ୍ଟା ମାର୍ଭଲ କିମ୍ବଦନ୍ତୀ ଷ୍ଟେନ୍‌ ଲିଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ:ଦଶନ୍ଧି ଦଶନ୍ଧି ଧରି ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍‌ ଚରିତ୍ରଙ୍କୁ ତିଆରିଥିବା ସ୍ରଷ୍ଟା ଷ୍ଟେନ୍‌ ଲିଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆମେରିକାରେ କମିକ୍‌ ବୁକ୍‌ ଦୁନିଆର ବାଦଶାହ ଷ୍ଟେନ୍‌ଙ୍କ କଳ୍ପନାରୁ ଜନ୍ମିତ ‘ସ୍ପାଇଡର ମ୍ୟାନ୍‌’ ଏବଂ ‘ଦି ହକ୍‌’ ପରି ଚରିତ୍ର ଆଜି ବିଶ୍ୱର ଘରେ ଘରେ ପରିଚିତ। ଏସବୁ ବ୍ୟତୀତ ମାର୍ଭଲ ଷ୍ଟୁଡିଓ ବ୍ୟାନରରେ ସେ ଅନେକ ଲୋକପ୍ରିୟ ଚରିତ୍ରକୁ ନେଇ କାହାଣୀ ରଚିବା ସହିତ ଫିଲ୍ମ ନିର୍ମାଣ କରିଛନ୍ତି।

ଗତ କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ ଏବଂ ସୋମବାର ସକାଳେ ଲସ୍‌ଏଞ୍ଜେଲ୍ସଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଷ୍ଟେନ୍‌ଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ତାଙ୍କ ପିତା ସବୁସମୟରେ ତାଙ୍କ ପ୍ରଶଂସକମାନଙ୍କୁ ଶ୍ରଦ୍ଧା କରୁଥିଲେ। ବିଭିନ୍ନ ‘ଫ୍ୟାନ୍‌ ଇଭେଣ୍ଟରେ’ ତାଙ୍କ ଉପସ୍ଥିତି ଏହାକୁ ପ୍ରମାଣ କରିଆସିଛି।

ସେ ତାଙ୍କର ପ୍ରକୃତ ନାମ ଷ୍ଟେନ୍‌ଲି ଲିବର୍‌ ନାମକୁ ବ୍ୟବହାର ନକରିବାର କାରଣ ସ୍ୱରୂପ ସେ ଥରେ କହିଥିଲେ, “ମୁଁ ଭାବିଥିଲି ମୁଁ ଦିନେ ଆମେରିକାର ଶ୍ରଷ୍ଠ ଉପନ୍ୟାସ ଲେଖିବି, ତେଣୁ ଏଇ କୁନି କୁନି କିମକ୍ସ ପାଇଁ ମୋ ଅସଲି ନାମ କାହିଁକି ବ୍ୟବହାର କରିବି ଭାବିଥିଲି।” ପ୍ରଥମେ କମିକ୍ସ ଲେଖକରୁ ସେ ସୁପରହିରୋ ତିଆରି କରିବାକୁ ଆରମ୍ଭ କରିଥିଲେ, ସାଧାରଣ ମନୁଷ୍ୟ ଭିତରେ ଅବିଶ୍ୱସନୀୟ ଶକ୍ତିର କଳ୍ପନା କରି ତାକୁ ଚରିତ୍ର ଓ କାହାଣୀରେ ରୂପ ଦେବା ତାଙ୍କୁ କମିକ୍ସ ଜଗତର ବାଦଶାହ ବନାଇଥିଲା।

ସ୍ପାଇଡରମ୍ୟାନ୍‌, ବ୍ଲାକ୍‌ ପାନ୍ଥର, ଏକ୍ସ-ମ୍ୟାନ୍‌ ଏବଂ ଫାଣ୍ଟାଷ୍ଟିକ୍‌-୪ ଆଦି ପ୍ରକଳ୍ପରେ ସେ ଅନ୍ୟାନ୍ୟ ଧୂରୀଣ ବ୍ୟକ୍ତିଙ୍କୁ ମଧ୍ୟ ଯୋଡ଼ିଥିଲେ। ଆଇରନ୍‌ ମ୍ୟାନ୍‌, ଥର୍‌ ଏବଂ ଡକ୍ଟର ଷ୍ଟ୍ରେଞ୍ଜ୍‌ ଆହୁରି ଅନେକ ଦଶନ୍ଧି ଧରି ତାଙ୍କୁ ଜନମାନସରେ ବଞ୍ଚାଇ ରଖିବ। ସେ ବେଶ୍‌ କିଛି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ପ୍ରସିଦ୍ଧ ‘ଆଭେଞ୍ଜର୍ସ-ଇନ୍‌ଫିନିଟି ୱାର୍‌’ ଫିଲ୍ମରେ ସେ ତିଆରିଥିବା ଲୋକପ୍ରିୟ ଚରିତ୍ରସବୁକୁ ଦର୍ଶକମାନେ ଏକାଠି ଗୋଟିଏ ଫିଲ୍ମରେ ସୁଯୋଗ ପାଇଥିଲେ।

ତାଙ୍କ ପରଲୋକରେ ମାର୍ଭଲ୍‌ର ପ୍ରତିଦ୍ୱନ୍ଦ୍ୱୀ ଡିସି କମିକ୍ସର ଚରିତ୍ରକୁ ନେଇ ଫିଲ୍ମ କରିଥିବା ଅଷ୍ଟ୍ରେଲୀୟ ନିର୍ଦ୍ଦେଶକ ଜେମ୍ସ ୱାନ୍‌ କହିଛନ୍ତି, “ତାଙ୍କ ବିନା ମୋ ପିଲାଦିନ ବର୍ତ୍ତମାନଠାରୁ ଭିନ୍ନ ହୋଇଥାନ୍ତା। ମୁଁ ତାଙ୍କୁ ଭେଟିପାରିଥିବାରୁ ତାଙ୍କ ନିକଟରେ କୃତଜ୍ଞ। ପ୍ରକୃତ କିମ୍ବଦନ୍ତୀଙ୍କ ଆତ୍ମାର ଶାନ୍ତି କାମନା କରୁଛି।”

ଷ୍ଟାନ୍‌ଙ୍କ ସ୍ୱତନ୍ତ୍ର ଜୀବନକୁ ବୟାନ କରୁଥିବା ଏକ ଉକ୍ତି ତାଙ୍କ ପ୍ରଶଂସକଙ୍କୁ ପ୍ରେରଣା ଦେଇଆସିଛି, ତାହା ହେଉଛି,“I used to be embarrassed because I was just a comic book writer while other people were building bridges or going on to medical careers. And then I began to realize: entertainment is one of the most important things in people’s lives. Without it, they might go off the deep end. I feel that if you’re able to entertain, you’re doing a good thing.”



from Odisha Reporter https://ift.tt/2Di2PHV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages