
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଶିଳ୍ପ ଆସୁ ବା ନ ଆସୁ। କିନ୍ତୁ ଭୁବନେଶ୍ୱର ବିମାନବନ୍ଦର ପାଇଁ ଖୁସି ଖବର ଆଣିଛି। କାରଣ ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି ସର୍ବାଧିକ ନନ୍- ସିଡ୍ୟୁୟଲ୍ଡ ଚାର୍ଟାର୍ଡ ଫ୍ଲାଇଟ୍।
‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଶିଳ୍ପପତିଙ୍କ ଚାର୍ଟାର୍ଡ ଫ୍ଲାଇଟ୍ରେ ଭର୍ତ୍ତି ହୋଇଯାଇଛି ଭୁବନେଶ୍ୱର ବିମାନବନ୍ଦର। ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ୍ ବିର୍ଲା, ଅନୀଲ ଅଗ୍ରୱାଲ, କରନ ଅଦାନୀ, ନବୀନ ଜିନ୍ଦଲ ପ୍ରମୁଖ ପ୍ରାୟ ୧୨ଜଣ ପ୍ରତିଷ୍ଠିତ ଶିଳ୍ପପତି ଚାର୍ଟାର୍ଡ ଫ୍ଲାଇଟ୍ରେ ଓଡ଼ିଶା ଆସିଥିଲେ।
ଭୁବନେଶ୍ୱର ବିମାନବନ୍ଦର ବେ’ରେ ଏଗୁଡ଼ିକ ରଖିବାକୁ ସ୍ଥାନ ନଥିବାରୁ ପାର୍ଶ୍ୱବର୍ତ୍ତୀ ରନ୍ୱେରେ ରଖାଯାଇଛି। ଏଥିପାଇଁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି। ଏତେ ସଂଖ୍ୟକ ବିମାନ ଆସିବା ବିମାନବନ୍ଦର ପାଇଁ ଯେତିକି ଶୁଭଙ୍କର, ଓଡ଼ିଶା ପାଇଁ ସେତିକି ଭଲ ସୁଯୋଗ ବୋଲି କହିଛନ୍ତି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରତିଦିନ ପ୍ରାୟ ୪୪ଟି ବିମାନ ଦେଶ ଭିତରେ ଓ ଦେଶ ବାହାରେ ଯିବା ଆସିବା କରୁଛି। ଏହାକୁ ଦୃଷ୍ଟିରେ ରଖି ଆଉ ୮ଟି ପାର୍କିଂ ବେ’ ନିର୍ମାଣ କରାଯିବ ବୋଲି କହିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।
from Odisha Reporter https://ift.tt/2PRCSWt
No comments:
Post a Comment