
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଏବେ ନ୍ୟୁୟର୍କରେ। କର୍କଟ ରୋଗର ଚିକିତ୍ସା କରାଉଥିବା ସୋନାଲୀ ଦୀର୍ଘ ସମୟ ହେବ ମୁମ୍ବାଇରୁ ଦୂରରେ ଅଛନ୍ତି। ଫଳରେ ପୁଅର ଜନ୍ମ ଦିନ, ଗଣେଶ ପୂଜା, ଦୀପାବଳି ଭଳି ପର୍ବକୁ ଘରଠାରୁ ଦୂରରେ ହିଁ ପାଳିଛନ୍ତି। ଦେହ ଖରାପ ସତ୍ତ୍ୱେ ସେ ଖୁବ୍ ସାହସର ସହ ନିଜକୁ ସମ୍ଭାଳିଛନ୍ତି।
ରବିବାରକୁ ସୋନାଲୀ ନିଜର ବିବାହ ବାର୍ଷିକୀ ମଧ୍ୟ ପାଳନ କରିଛନ୍ତି। ଏପରିକି ସେ ଏହି ଅବସରରେ ଖୁବ୍ ଭାବୁକ ସନ୍ଦେଶ ମଧ୍ୟ ସେୟାର କରିଛନ୍ତି।
ସ୍ୱାମୀ ଗୋଲ୍ଡୀ ବହଲ୍ଙ୍କ ଏହି ଦିନକୁ ଖାସ୍ କରିବା ପାଇଁ ସୋନାଲୀ ଜୀବନର ସବୁ ଯାତ୍ରାର ଫଟୋ ଶେୟାର କରିଛନ୍ତି। ଏହା ସହ ଏକ ସ୍ୱତନ୍ତ୍ର ମେସେଜ୍ ବି ଲେଖିଛନ୍ତି। ସେ ଶେୟାର କରିଥିବା ଫଟୋରେ ତାଙ୍କ ବାହଘରଠୁ ନେଇ କର୍କଟ ରୋଗରେ ପିଡ଼ୀତ ହେବା ପର୍ଯ୍ୟନ୍ତ ସବୁ ସ୍ମୃତି ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ତାଙ୍କ ସବୁ ଯାତ୍ରା ବିଷୟରେ ଅନୁଭବ କରିହେଉଛି।
ସୋନାଲୀ ୨୦୦୨ରେ ଗୋଲ୍ଡୀ ବହଲଙ୍କୁ ବିବାହ କରିଥିଲେ। ସେ ଏହି ଖାସ୍ ଦିନରେ ତାଙ୍କ ପାଇଁ ଲଖିଥିଲେ, ‘‘ ତୁମେ ମୋ ରକ୍ ଷ୍ଟାର। ବାହାଘରର ଅର୍ଥ ପରସ୍ପର ସହ ସବୁ ପରିସ୍ଥିତିରେ ଛିଡ଼ା ହେବା। ତୁମେ ଏମିତି ହିଁ କରିଛ। ମୋତେ ହୋଇଥିବା ରୋଗର ଲଢ଼େଇ କେବଳ ମୋର ନୁହେଁ। ଏହା ପୂରା ପରିବାରର। ମୋର ସାହାସ ହୋଇ ଛିଡ଼ା ହେବାରୁ ଧନ୍ୟବାଦ। ବିବାହ ବାର୍ଷିକର ଶୁଭେଚ୍ଛା ଗୋଲ୍ଡୀ।’’
from Odisha Reporter https://ift.tt/2QCSOsP
No comments:
Post a Comment