
ନୂଆଦିଲ୍ଲୀ:ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ତା’ର ସାଟେଲାଇଟ୍ GSLV MK III-D2କୁ ଉତ୍କ୍ଷେପଣ କରିବା ନେଇ ବାତିଲ କରିପାରେ। ଏନେଇ ଇସ୍ରୋ ଅଧ୍ୟକ୍ଷ କୈଳାସଭାଦିଭୋ ଶିଭମ୍ ସୂଚନା ଦେଇଛନ୍ତି। ଏହି ସାଟେଲାଇଟ୍ ବୁଧବାର ସକାଳ ୫ଟା୮ରେ ଲଞ୍ଚ କରିବାର କାର୍ଯ୍ୟକ୍ରମ ଥିଲା। ଇସ୍ରୋର ଲଞ୍ଚ ପ୍ୟାଡ୍ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଶ୍ରୀହରିକୋଟାରେ ଅବସ୍ଥିତ। ଭାରତୀୟ ପାଣିପାଗ କେନ୍ଦ୍ର ଏବଂ ଜଏଣ୍ଟ ଟାଇଫୋନ୍ ସେଣ୍ଟର ଆକଳନ ଅ୍ରନୁଯାୟୀ ଶ୍ରୀହରିକୋଟା ଏବଂ ତାମିଲନାଡ଼ୁର କଡ଼େଲୋର ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ନଭେମ୍ବର ୧୫ରେ ଭୀଷଣ ବର୍ଷା ହେବାର ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଛି। ତେଣୁ ବାତ୍ୟାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ର ରୂପ ନେବାକୁ ଯାଉଛି। ଉତ୍ତର ତାମିଲ୍ନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ସମୟରେ ନଭେମ୍ୱର ୧୫ ତାରିଖ ରାତିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ଗାଜା’କୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସରକାର ସମସ୍ତ ଜିଲାକୁ ସତର୍କ କରାଇଛନ୍ତି।
from Odisha Reporter https://ift.tt/2OJaOQu
No comments:
Post a Comment