ନେତ୍ରୀଙ୍କ ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ଚାପ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ନେତ୍ରୀଙ୍କ ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ଚାପ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହେବ। ମାତ୍ର ଏହି କାର୍ଯ୍ୟକ୍ରମରେ ଉପକୂଳ ଓଡ଼ିଶାର ନିର୍ଦ୍ଦିଷ୍ଟ ୨ଜଣ ଦଳୀୟ ନେତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଜେଡିର ଜଣେ ପ୍ରଭାବଶାଳୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଜିଦ୍ ଧରିବାକୁ ନେଇ ଏବେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଆସନ୍ତାକାଲି ହେବାକୁ ଥିବା ଏହି ମହିଳା ସମାବେଶ ପାଇଁ ସ୍ଥାନୀୟ ବିଧାୟିକା କୁଆଡ଼େ କେବଳ ପଶ୍ଚିମ ଓଡ଼ିଶାର ଦଳୀୟ ନେତ୍ରୀମାନଙ୍କୁ ଡାକିବାକୁ ନିଷ୍ପତ୍ତି ନେଇଥିଲେ। ସମାବେଶରେ ସାମିଲ ହେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ବି ନିମନ୍ତ୍ରଣ କରିଥିଲେ। କିନ୍ତୁ ସେ ସମ୍ମତି ଦେବା ପୂର୍ବରୁ ଉକ୍ତ ସମାବେଶରେ ନିର୍ବାଚନମଣ୍ଡଳୀ ବାହାର କେଉଁ ନେତ୍ରୀମାନଙ୍କୁ ଡକାଯାଇଛି ତାହା କୁଆଡ଼େ ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ। ସମାବେଶର ଆୟୋଜକ ଜଣେ ବିଧାୟିକା ହୋଇଥିବାରୁ ସେ ପଶ୍ଚିମ ଓଡ଼ିଶା ସହ ଜଡ଼ିତ ଥିବା ଦଳୀୟ ନେତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ଏସବୁ ଶୁଣିବା ପରେ ପର୍ଯ୍ୟବେକ୍ଷକ ମହାଶୟ କୁଆଡ଼େ ଉପକୂଳର ଦୁଇଜଣ ନେତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ସେମାନଙ୍କ ରହିବା ପାଇଁ ସରକାରୀ ସର୍କିଟ ହାଉସକୁ ଆଗୁଆ ବୁକ୍ କରି ରଖିବାକୁ ମଧ୍ୟ ତାଗିଦ୍ କରିଥିଲେ। କିନ୍ତୁ ସମ୍ପୃକ୍ତ ବିଧାୟିକା କୁଆଡ଼େ ସେମାନଙ୍କୁ ଡାକିବା ସପକ୍ଷରେ ନଥିଲେ ଓ ସେମାନଙ୍କର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ଯଦି ଏହି ଦୁଇ ନେତ୍ରୀ ନଯିବେ ତେବେ ସେହି କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ନାହିଁ ବୋଲି କୁଆଡ଼େ ପର୍ଯ୍ୟବେକ୍ଷକ ମହାଶୟ ରୋକଠୋକ୍ ଜଣାଇଥିଲେ। ତେବେ ଏକଥାକୁ ହାଲକା ଭାବେ ନେଇ ବିଧାୟିକାଜଣକ ସେହି ଦୁଇ ନେତ୍ରୀଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇନଥିଲେ।

କିନ୍ତୁ ଗତ ଦୁଇଦିନ ତଳେ କୁଆଡ଼େ ପର୍ଯ୍ୟବେକ୍ଷକଜଣକ ଏନେଇ ଖୋଳତାଡ଼ କରିବା ସହ କାହିଁକି ତାଙ୍କ ଦ୍ଵାରା ମନୋନୀତ ନେତ୍ରୀଙ୍କୁ ଡକାଯାଇନି ବୋଲି ପଚାରି ବିରକ୍ତ ହୋଇଥିଲେ। ଆଉ ପର୍ଯ୍ୟବେକ୍ଷକ ନିଜେ କୁଆଡ଼େ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଥିଲେ। ପର୍ଯ୍ୟବେକ୍ଷକଜଣକ ତୃତୀୟ ମହଲାଙ୍କ ପାଖଲୋକ ହୋଇଥିବାରୁ କାଳେ କିଛି ଅସୁବିଧା ହେବ ଭାବି ସମ୍ପୃକ୍ତ ବିଧାୟିକାଜଣକ କୁଆଡ଼େ ଆଦୌ ଇଚ୍ଛା ନଥାଇ ବି ସେହି ଦୁଇ ନେତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ କଥାରେ ସେମାନଙ୍କ ଫଟୋ ଥିବା ପୋଷ୍ଟର ବି ସହରରେ ଲଗାଇଛନ୍ତି।

ଦଳରେ ଏତେ ନେତ୍ରୀ ଥିବାବେଳେ ସମ୍ପୃକ୍ତ ପର୍ଯ୍ୟବେକ୍ଷକଜଣକ କାହିଁକି ଏହି ଦୁଇ ନେତ୍ରୀଙ୍କ ପାଇଁ ଚାପ ପକାଇଲେ ଓ ସେମାନଙ୍କର ରହିବା ବନ୍ଦୋବସ୍ତ ସର୍କିଟ ହାଉସରେ କରିବାକୁ କହିଲେ, ତାକୁ ନେଇ ଏବେ ପଶ୍ଚିମ ଓଡ଼ିଶାରେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ପର୍ଯ୍ୟବେକ୍ଷକଙ୍କ ସୁପାରିସରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ  କୁଆଡ଼େ ଗତକିଛିଦିନ ତଳେ ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦବୀ ମିଳିଛି। ତେଣୁ କାର୍ଯ୍ୟକ୍ରମ ଯୋଗ ଦେବା ସାଙ୍ଗକୁ ସର୍କିଟ ହାଉସରେ ରହଣି ବେଳେ ସେମାନେ କୁଆଡ଼େ ପର୍ଯ୍ୟବେକ୍ଷକ ମହାଶୟଙ୍କଠାରୁ ଜଳବାଯୁ ପରିବର୍ତ୍ତନ ସମସ୍ୟା ଓ ମହାନଦୀ ଉପରେ ଏହାର ପ୍ରଭାବ କ’ଣ ରହିବ, ସେ ସମ୍ପର୍କରେ ଗୁରୁଜ୍ଞାନ ହାସଲ କରିବାର ଦୁର୍ଲ୍ଲଭ ସୁଯୋଗ ପାଇବେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2QmRGtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages