
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି। ଚଳିତବର୍ଷ ୪୪ ଏକର ଜମିରେ ଖୋଲିଛି ୧୩ ଶହରୁ ଅଧିକ ଷ୍ଟଲ। ବାଲିଯାତ୍ରାରେ ମିଳିବ ସବୁ ପ୍ରକାର ସାମଗ୍ରୀ। ସାଧାରଣ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ।
ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା ଖୋଲିଛି। ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟର ବ୍ୟବସ୍ଥା ହୋଇଛି।
from Odisha Reporter https://ift.tt/2QcEuu6
No comments:
Post a Comment