
ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ‘ଓଡ଼ିଆ ପୁଅ’ ତରଫରୁ ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିରେ ଓଡ଼ିଆ ପୁଅ-ଝିଅମାନେ ସାଧବ ପୁଅ ଓ ସାଧବ ବୋହୂ ବେଶରେ ସୁସଜ୍ଜିତ ହୋଇଥିଲେ। ସାଧବାଣୀମାନେ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ ଯାତ୍ରା କରିଥିଲେ। ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ହୋଇଥିଲା।
ଏଥିରେ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ରବି ପାଣି ଯୋଗଦେଇଥିଲେ। ‘ଓଡ଼ିଆ ପୁଅ’ ତରଫରୁ ଆୟୋଜିତ ଏହି ପ୍ରୟାସରେ ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ। ଏହି ଅବସରରେ ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନ, ହରିଆଣା, ଗୁଜରାଟ, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରର କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।
from Odisha Reporter https://ift.tt/2DD4gB4
No comments:
Post a Comment