
ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଚଳିତ ବର୍ଷ ପ୍ରଥମଥର ଡେବ୍ୟୁ କରୁଥିବା ଭାରତର ସୋନିଆ ଚହଲ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ୫୭ କେଜି ବର୍ଗର ସେମିଫାଇନାଲ୍ରେ ଉତ୍ତର କୋରିଆର ଜୋ ସନ୍ ହୁୱାଙ୍କୁ ସିଧାସଳଖ ୫:୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାର ଦାବିଦାର ବନିଛନ୍ତି।
ପୂର୍ବରୁ ଭାରତର ସୁପର୍ ମମ୍ ମ୍ୟାରୀ କମ୍ ୪୮ କେଜି ବର୍ଗର ଫଇନାଲ୍ରେ ନିଜର ସ୍ଥାନ ପକ୍କା କରିଥିଲେ। ସେ ମଧ୍ୟ ଉତ୍ତର କୋରିଆର କିମ୍ ହିୟାଙ୍ଗ ମିଙ୍କୁ ସିଧାସଳଖ ୫:୦ରେ ହରାଇଥିଲେ।
ସୋନିଆ ମଧ୍ୟ ନୂଆଦିଲ୍ଲୀରେ ଥିବା କେଡି ଯାଦବ ହଲ୍ରେ ମ୍ୟାରୀ କମ୍ଙ୍କ ପଥ ଅନୁସରଣ କରିଛନ୍ତି। ଆସନ୍ତାକାଲି ସୋନିଆ ଫାଇନାଲ୍ରେ ଜର୍ମାନ ବକ୍ସର ୱାନର ଅର୍ନେଲା ଗାବ୍ରିଏଲଙ୍କୁ ଭେଟିବେ।
ଅନ୍ୟପକ୍ଷରେ ୬୪ କେଜି ବର୍ଗରେ ଭାରତକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଭାରତର ସିମରନ୍ଜୀତ ସେମିଫାଇନାଲ୍ରେ ଚୀନ୍ର ଡୋଉ ଡାନ୍ଙ୍କ ଠାରୁ ୪:୧ରେ ହାରିଯାଇଛନ୍ତି।
from Odisha Reporter https://ift.tt/2DFKeG7
No comments:
Post a Comment