ନବୀନଙ୍କୁ କହିଲା ବିଜେପି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ନିଜକୁ ଦେଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ନବୀନଙ୍କୁ କହିଲା ବିଜେପି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ନିଜକୁ ଦେଖ

bjp leader

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମସିଏଲର ଅବ୍ୟବହୃତ ଜମିକୁ ଚାଷୀଙ୍କୁ ଫେରାଇବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଅବ୍ୟବହୃତ ଜମି ଚାଷୀଙ୍କୁ ଫେରାଇ ଦିଆଯିବା ସପକ୍ଷରେ ବିଜେପି ମତ ଦେଇଥିଲେ ମଧ୍ୟ ଏଭଳି ଚିଠି ଲେଖିବାର ନୈତିକ ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ ଓ ସେ ଏହା ପୂର୍ବରୁ ନିଜେ ନିଜର ଅଗଣାକୁ ଦେଖନ୍ତୁ ବୋଲି ବିଜେପି କହିଛି।

ଦଳର ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏମସିଏଲ ପାଖରେ ଦୀର୍ଘବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିବା ଚାଷ ଜମିକୁ ଚାଷୀଙ୍କୁ ଫେରସ୍ତ କରାଯାଉ ବୋଲି ବିଜେପି ଚାହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିବାରେ କିଛି ଆପତ୍ତି ନାହିଁ। କିନ୍ତୁ ରାଜ୍ୟ ସରକାର ନିଜର ଜମି ଅଧିଗ୍ରହଣ ଆଇନର ଖୋଲା ଉଲ୍ଲଘଂନ କରି ବେଆଇନ ଭାବେ ଚାଷୀଙ୍କଠୁ ନେଇଥିବା ଜମି ଓ ଶିଳ୍ପ ସଂସ୍ଥାଗୁଡ଼ିକ ନିକଟରେ ଥିବା ଅବ୍ୟବହୃତ ଜମି ଫେରାଇ ଆଣିବା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବା ଉଚିତ୍।

“ବିଜେପି ନିଜଆଡ଼ୁ କୌଣସି ତଥ୍ୟ ଦେଉନି ବରଂ ପୂର୍ବତନ ଏଜିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଆଧାରରେ ଦଳ ଏହି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ କରୁଛି। ଏବେ ସେହି ପୂର୍ବତନ ଏଜି ନିଜର ଚାକିରି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସେବାରେ ରହିଛନ୍ତି। ତେଣୁ ତାଙ୍କୁ ମଧ୍ୟ ଏନେଇ ପଚାରିଲେ ସଠିକ ତଥ୍ୟ ମିଳିପାରିବ। ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଏବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ କଥା କହୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ କେଉଁ ଶିଳ୍ପ ସଂସ୍ଥା କେତେ ଅଧିଗୃହୀତ ଜମିକୁ ଅବ୍ୟବହୃତ କରି ପକାଇ ରଖିଛନ୍ତି ତାହା ମୁଖ୍ୟମନ୍ତ୍ରୀ ନିଜର ଶିଳ୍ପ ସଚିବଙ୍କୁ ପଚାରି ବୁଝିଛନ୍ତି କି” ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ ୨୦୧୨ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଏମଓୟୁ ସ୍ୱାକ୍ଷର କରିଥିବା ୫୪ଟି ବୃହତ୍ ଶିଳ୍ପ ସଂସ୍ଥାକୁ ରାଜ୍ୟ ସରକାର ୩୦,୯୦୦ ଏକର ଚାଷ ଓ ଜଳସେଚିତ ଜମି ଅଧିଗ୍ରହଣ କରି ହସ୍ତାନ୍ତର କରିଥିଲେ। ଜମି ଅଧିଗ୍ରହଣ ଆଇନରେ ଥିବା ପ୍ରାବଧାନ ‘ଜନସାଧାରଣଙ୍କ ସ୍ୱାର୍ଥ’ ଆଧାରରେ ୩୩ଟି କମ୍ପାନୀ ପାଇଁ ବେଆଇନ ଭାବେ ୧୪,୯୨୬ ଏକର ଜମି ଅଧିଗ୍ରହଣ କରିଛନ୍ତି। ଏହି ପ୍ରାବଧାନ ଅନୁସାରେ ସରକାର ଜମି ଅଧିଗ୍ରହଣ କରି ଚାଷୀଙ୍କୁ ଅର୍ଥ ଦେବାର ବ୍ୟବସ୍ଥା ଥିବାବେଳେ ସରକାର ବେଆଇନ ଭାବେ ଶିଳ୍ପ ସଂସ୍ଥାଗୁଡ଼ିକ ଚାଷୀଙ୍କଠୁ କିଣିଥିବା ଜମିକୁ ଅଧିଗ୍ରହଣ କରି ସେମାନଙ୍କୁ ହସ୍ତାନ୍ତର କରିଥିଲେ। ସେହିପରି ‘ଏର୍ମଜେନ୍ସୀ’ ପ୍ରାବଧାନ ଆଧାରରେ ୭୦୨୬ ଏକର ଚାଷ ଜମି ଶିଳ୍ପ ସଂସ୍ଥାକୁ ଦେଇଛନ୍ତି। ଏହି ପ୍ରାବଧାନ ଅନୁସାରେ ଶିଳ୍ପ ସଂସ୍ଥାକୁ ୬ମାସ ମଧ୍ୟରେ ଶିଳ୍ପ ସ୍ଥାପନ କରି ୨ବର୍ଷ ମଧ୍ୟରେ ତାକୁ ଉତ୍ପାଦନକ୍ଷମ କରାଇବା ଜରୁରୀ। କିନ୍ତୁ ୨୦୧୩ ମସିହାରୁ ଏପର୍ଯ୍ୟନ୍ତ ସେହି ଜମିଗୁଡ଼ିକ ପଡ଼ି ରହିଛି।

ଯେଉଁ କମ୍ପାନୀଗୁଡ଼ିକ ହଜାର ହଜାର ଏକର ଚାଷଜମିକୁ ବ୍ୟବହାର ନ କରି ପକାଇ ରଖିଛନ୍ତି ସେମାନେ ଏବେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରମୁଖ ଭାଗିଦାର ହୋଇଛନ୍ତି। ତେଣୁ ରାଜ୍ୟ ସରକାର ପ୍ରଥମେ ସେଭଳି ଅଧିଗୃହୀତ ଜମିକୁ ଫେରାଇ ଆଣିବା ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ତା’ପରେ ହିଁ କେବଳ ଏଭଳି ଚିଠି ଲେଖିବାର ନୈତିକତା ମୁଖ୍ୟମନ୍ତ୍ରୀଙ୍କର ରହିବ ବୋଲି ସେ କହିଛନ୍ତି। ରିପୋର୍ଟ ଅନୁସାରେ ଗରିବ ଚାଷୀଙ୍କଠୁ ସରକାର ଅଧିଗ୍ରହଣ କରିଥିବା ପ୍ରାୟ ୧୬,୮୨୮ ଏକର ଚାଷ ଜମି ଅବ୍ୟବହୃତ ହୋଇ ପଡ଼ିରହିଛି।

ମୁଖ୍ୟମନ୍ତ୍ରୀଙ୍କ ସତସାହସ ଥିଲେ ଘରୋଇ କମ୍ପାନୀଗୁଡ଼ିକ ନେଇଥିବା ଜମିରୁ କେତେ ଉପଯୋଗ କରିଛନ୍ତି ଓ କେତେ ଅବ୍ୟବହୃତ ହୋଇ ପଡ଼ିରହିଛି ତାହା ଶ୍ୱେତପତ୍ର ଆକାରରେ ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ବୋଲି ମଧ୍ୟ ଶ୍ରୀମତୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2Plcmp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages