ପୁଅ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ପୁଅ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ଭକ୍ତ

bhakta-das

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଅ ନାଁରେ ଟଙ୍କା କାରବାର ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ଭକ୍ତଚରଣ ଦାସ। “ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହା ସଂପୂର୍ଣ୍ଣ ଭିତ୍ତିହୀନ।  ଟିକେଟ ପାଇଁ କେ ମାଲେଶ ମୋତେ ଆବେଦନ କରିଥିଲେ। ଟିକେଟ୍‌ ନପାଇବାରୁ ପୁଅକୁ ମୋହରା କରାଯାଉଛି” ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ବହୁ ବରିଷ୍ଠ ନେତାଙ୍କ ଟିକେଟ କଟିଛି। ତେଣୁ ସମସ୍ତେ ମିଶି ଷଡ଼ଯନ୍ତ୍ର କରିଛନ୍ତି। ମୁଁ କାହା ପାଖରୁ ୫ ଟଙ୍କା ନେଇଥିବା କଥା ବି ଯଦି କେହି ପ୍ରମାଣ ଦିଏ, ତେବେ ରାଜନୀତି ଛାଡ଼ିଦେବି।”

ସୂଚନାଯୋଗ୍ୟ, ରଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ. ମାଲେଶ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ, “ଇବ୍ରାହିମପଟ୍ଟନମ୍‌ ଆସନରୁ ଟିକେଟ୍‌ ଦେବା ପାଇଁ ଦଳ ମୋଠାରୁ ୩ କୋଟି ଟଙ୍କା ଦାବି କରିଥିଲା। ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିଲେ। ଏହି ଡିଲ୍‌ ନେଇ ହୋଇଥିବା ସାଗରଙ୍କ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ମଧ୍ୟ ଜାରି ହୋଇଛି।”

ଏହି ଅଭିଯୋଗ ପରେ ତେଲେଙ୍ଗାନା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ତେଲେଙ୍ଗାନାରେ ଡିସେମ୍ବର ୭ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।



from Odisha Reporter https://ift.tt/2FuTq2s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages