ନୂଆ ଦଳ କେବେ ଗଠନ କରିବେ ? ସମୟ କହିଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ନୂଆ ଦଳ କେବେ ଗଠନ କରିବେ ? ସମୟ କହିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ଦଳ ଗଠନ କରିବେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ବିରୋଧରେ ରାଜ୍ୟରେ ଗଠନ ହେବ ଏକ ଆଞ୍ଚଳିକ ଦଳ। ଆଜି ଏହି ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ବିଜୁଙ୍କ ଆଦର୍ଶ ବାହାରେ କାମ କରୁଥିବା ଗୋଷ୍ଠୀଙ୍କୁ ପ୍ରତିହତ କରିବା ପାଇଁ ଏହି ଦଳ କାମ କରିବ ବୋଲି କହିଛନ୍ତି ଦାମ। ଏହାସହ ବିଜୁ ବାବୁଙ୍କ ନାଁରେ ଦଳ ଗଠନ ପାଇଁ ସେ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।

ଆସନ୍ତା ୯ ଏବଂ ୧୦ ତାରିଖରେ ଏନେଇ ଏକ ବୈଠକ ବସିବ। ଏହାପରେ ୧୨ ତାରିଖ ସୁଦ୍ଧା ଦଳ ଗଠନ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ସାମିଲ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଦାମ।

ତେବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରାଜ୍ୟରେ ସରକାର କହିଲେ ‘ପାଣ୍ଡିଆନ’ଙ୍କୁ ବୁଝାଏ ବୋଲି ଦାମ କହିଛନ୍ତି । ଆଞ୍ଚଳିକ ଦଳ ଗଠନ ନେଇ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଜାଣିଶୁଣି ରାଜ୍ୟ ସରକାର ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି ।



from Odisha Reporter https://ift.tt/2F9FUkD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages