ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ର ୪ଟି କ୍ୟାମେରାଯୁକ୍ତ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ର ୪ଟି କ୍ୟାମେରାଯୁକ୍ତ ଫୋନ୍‌

ନୂଆଦିଲ୍ଲୀ: ଦୀର୍ଘ ଅପେକ୍ଷାରେ ପୂର୍ଣ୍ଣଛେଦ ଟାଣି ‘ସାମ୍‌ସଙ୍ଗ’ ଏହାର ନୂଆ ସ୍ମାର୍ଟଫୋନ୍‌ SAMSUNG GALAXY A9 2018 ଭାରତୀୟ ବଜାରରେ ଲଞ୍ଚ୍ କରିଛି। ଏହା ଦୁନିଆର ପ୍ରଥମ ସ୍ମାର୍ଟଫୋନ୍‌, ଯେଉଁଥିରେ ୪ଟି କ୍ୟାମେରା ଦିଆଯାଇଛି। ଏହା ହିଁ ଏହି ଫୋନ୍‌ର ବିଶେଷତ୍ୱ।

ଏହା ସହ ଏହି ଫୋନ୍‌ରେ ୬.୩ ଇଞ୍ଚର ବଡି ଓ ଇନ୍‌ଫିନିଟି ଡିସ୍‌ପ୍ଲେ’ ଦିଆଯାଇଛି। କମ୍ପାନୀ ଗତବର୍ଷ ଏହି ଫୋନ୍‌ଟିକୁ ମ୍ୟାଲେସିଆର କୁଆଲାଲମ୍ପୁରରେ ଲଞ୍ଚ୍ କରିଥିଲା।

SAMSUNG GALAXY A9ରେ ୪ଟି ରିୟର୍‌ କ୍ୟାମେରା ରହିଛି, ଯେଉଁଥିରେ ଗୋଟିଏ ୨୪ ମେଗାପିକ୍ସେଲ୍‌ ଏବଂ ଦ୍ୱିତୀୟଟିରେ ୧୦ମେଗାପିକ୍ସେଲ୍‌ର ଟେଲିଫଟୋ  ଲେନ୍‌ସ ରହିଛି, ଯେଉଁଥିରେ 2x ଅପ୍ଟିକାଲ୍ ଜୁମ୍‌ ସୁବିଧା ମିଳିବ। ତୃତୀୟ ଲେନ୍ସଟି ୮ ମେଗାପିକ୍ସେଲ୍‌ର ଅଲ୍ଟ୍ରା ୱାଇଡ୍‌ ଆଙ୍ଗଲଯୁକ୍ତ ଓ ଚତୁର୍ଥ କ୍ୟାମେରାଟି ୫ ମେଗାପିକ୍ସେଲର, ଯାହା ବ୍ୟାକ୍‌ଗ୍ରାଉଣ୍ଡକୁ ବ୍ଲର୍ କରିଦେବ। ଏଥିସହ ସେଲ୍‌ଫି ପାଇଁ ଏଥିରେ ୨୪ ମେଗାପିକ୍ସେଲର କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନ୍‌ରେ ୩୮୦୦mAhର ବ୍ୟାଟେରୀ ରହିଛି, ଯାହା ଫ୍ୟାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି। Samsung Galaxy A9 ବବଲ୍‌ଗମ୍‌ ପିଙ୍କ୍, କ୍ୟାଭିୟର୍‌ ବ୍ଲାକ୍‌ ଓ ଲେମୋନେଡ୍‌ ବ୍ଲୁ କଲର୍‌ ଭ୍ୟାରିୟାଣ୍ଟରେ ଉପଲବ୍ଧ।

Samsung Galaxy A9ର ବିକ୍ରି ନଭେମ୍ବର ୨୮ରୁ ଆରମ୍ଭ ହେବ। ତେବେ ଏହାର ପ୍ରି-ବୁକିଂ ୨୦ ନଭେମ୍ବରରୁ ଆରମ୍ଭ ହୋଇଯାଇଛି। ଆପଣ ଏହାକୁ ଅନ୍‌ଲାଇନ୍‌ ଓ ଅଫଲାଇନ୍ ଷ୍ଟୋର୍‌ରେ ବୁକ୍‌ କରିପାରିବେ। ଫୋନ୍‌ର ୬ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଆଣ୍ଟର ମୂଲ୍ୟ ୩୬ ହଜାର ଟଙ୍କା ଥିବାବେଳେ ୮ଜିବି ରାମ୍‌ ୧୨୮ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୩୯ ହଜାର ଟଙ୍କା ରହିଛି। ଆପଣ ଫୋନ୍‌ କିଣିଲାବେଳେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍‌କାର୍ଡ଼ରୁ ପେମେଣ୍ଟ କଲେ, ଆପଣଙ୍କୁ ୩ହଜାର ଟଙ୍କାର କ୍ୟାଶବ୍ୟାକ୍‌ ମିଳିବ।



from Odisha Reporter https://ift.tt/2PMPmzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages