
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଏବେ ଫର୍ମରେ ନଥିବାରୁ ସେ ଅବସର ନେବେ ବୋଲି ଚର୍ଚ୍ଚା ଲାଗି ରହିଛି।

ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତରୁ ଧୋନିଙ୍କୁ ବାଦ ଦିଆଯିବା ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି। ତେବେ ବିରାଟ୍ କୋହଲିଙ୍କୁ ଅଧିନାୟକ ପଦ ଛାଡ଼ି ଦଳରେ ମେଣ୍ଟର୍ ଭୂମିକା ନିର୍ବାହ କରୁଥିବା ଧୋନି ୨୦୧୯ ବିଶ୍ୱକପ୍ ପୂର୍ବରୁ ଅବସର ନେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି।

୨୦୧୯ ବିଶ୍ୱକପ୍ ଖେଳିବା ଧୋନିଙ୍କ ସ୍ୱପ୍ନ ବୋଲି ତାଙ୍କ ମ୍ୟାନେଜର ତଥା ବନ୍ଧୁ ଅରୁଣ ପାଣ୍ଡେ କହିଛନ୍ତି।
ଗଲଫ୍ ନ୍ୟୁଜ୍କୁ ସାକ୍ଷାତକାର ଦେଇ ପାଣ୍ଡେ କହିଛନ୍ତି, “ ଧୋନି ଯେତେବେଳେ ଅଧିନାୟକ ପଦ ଛାଡ଼ିଲେ, ସେତେବେଳେ ତାଙ୍କର ଗୋଟିଏ ସ୍ୱପ୍ନ ଥିଲା ୨୦୧୯ ବିଶ୍ୱକପ୍ ଖେଳିବା। ସେ ଦଳରେ ରହି ବିଶ୍ୱକପ୍ ପାଇଁ ବିରାଟ୍ କୋହଲିଙ୍କୁ ପ୍ରସ୍ତୁତ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ।

ବିରାଟ୍ ସମୟ ପାଇଲେ, ଟିମ୍କୁ ଠିକ୍ ଭାବେ ପରିଚାଳନା କରିପାରିବେ ବୋଲି ଧୋନି ଚିନ୍ତା କରିଥିଲେ। ଏବେ ମଧ୍ୟ ସେହି ଲକ୍ଷ୍ୟରେ ଧୋନି ରହିଛନ୍ତି। ତାଙ୍କ ସ୍ୱପ୍ନରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଧୋନି ୨୦୧୯ ବିଶ୍ୱକପ୍ ଖେଳିବା ଏକ ପ୍ରକାରର ନିଶ୍ଚିତ।”

from Odisha Reporter https://ift.tt/2PBxPdu
No comments:
Post a Comment