ବସୁନ୍ଧରା ରାଜେଙ୍କ ବିରୋଧରେ ଲଢ଼ିବେ ଏହି ପୂର୍ବତନ ବିଜେପି ନେତାଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ବସୁନ୍ଧରା ରାଜେଙ୍କ ବିରୋଧରେ ଲଢ଼ିବେ ଏହି ପୂର୍ବତନ ବିଜେପି ନେତାଙ୍କ ପୁଅ

ଜୟପୁର: ରାଜସ୍ଥାନ ନିର୍ବାଚନ ପୂର୍ବରୁ କଂଗ୍ରେସ ବେଶ ଚତୁର ଗୋଟି ଚାଳନା କରିଛି। ବିଜେପି ନେତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କଂଗ୍ରେସ ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ମାନଭେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଛି। ମାନଭେନ୍ଦ୍ର ଗତଥର ବିଜେପି ଟିକେଟ୍‌ରୁ ବିଧାୟକ ହୋଇଥିବା ବେଳେ ଏଥର ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ବସୁନ୍ଧରା ରାଜେ ଝଲରାପାଟନାରୁ ପ୍ରାର୍ଥୀ ହେଉଥିବା ବେଳେ ମାନଭେନ୍ଦ୍ର ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବେ।

୨୦୧୪ରେ ବାରମେରରୁ ବିଜେପି ଯଶବନ୍ତ ସିଂହଙ୍କୁ ଟିକେଟ୍‌ ଦେବାକୁ ମନା କରିବା ଦିନଠାରୁ ବିବାଦ ସୃଷ୍ଟି ହୋଇଥିଲା। ବିଜେପି ଟିକେଟ୍‌ ଦେଇ ନଥିଲେ ହେଁ ଯଶବନ୍ତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ସହ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ମାନଭେନ୍ଦ୍ର ବିଜେପିଠାରୁ ପ୍ରତିଶୋଧ ନେବାକୁ କଂଗ୍ରେସରେ ଯୋଗଦେଇଥିବା କୁହାଯାଉଛି।



from Odisha Reporter https://ift.tt/2QMT0pm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages