୨୦୦୯ରେ ପାରାଦୀପ ଟିକେଟ ଚାହୁଁଥିଲେ ଦେବାଶିଷ, କିନ୍ତୁ ମିଳିନଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

୨୦୦୯ରେ ପାରାଦୀପ ଟିକେଟ ଚାହୁଁଥିଲେ ଦେବାଶିଷ, କିନ୍ତୁ ମିଳିନଥିଲା

ପାରାଦୀପ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିଜେଡିରୁ ବିହିଷ୍କୃତ ହୋଇଛନ୍ତି ଡାକ୍ତର ଦାମୋଦର ରାଉତ। ତେଣୁ ଆଗାମୀ ନିର୍ବାଚନରେ ତାଙ୍କ ସ୍ଥାନରେ କିଏ ହେବେ ପାରାଦୀପରୁ ଦଳୀୟ ପ୍ରାର୍ଥୀ ? ତାକୁ ନେଇ ରାଜ୍ୟ ରାଜନୀତିରେ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସ୍ଥିତିରେ କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଆଜି କହୁ କହୁ ପାରାଦୀପ ପ୍ରତି ତାଙ୍କ ମନରେ ଥିବା ପୁରୁଣା ଲୋଭକୁ ପଦାରେ ପକାଇଛନ୍ତି।

ପାରାଦୀପରେ ଅୟୋଜିତ ବିଜେଡି ସମାବେଶରେ ଦେବାଶିଷ ସାମନ୍ତରାୟ କହିଛନ୍ତି-“୨୦୦୯ ମସିହାରେ ପୁନର୍ଗଠନ ବେଳେ ପାରାଦୀପ ନିର୍ବାଚନମଣ୍ଡଳୀକୁ ଗଠନ କରିଥିଲି। ଏଥିରେ ତିର୍ତ୍ତୋଲର କିଛି ଅଂଶ, କୁଜଙ୍ଗ ଓ ପାରାଦୀପ ଏନ୍‌ଏସିକୁ ସାମିଲ କରାଯାଇଥିଲା। ମାତ୍ର ଏହାକୁ ଡାକ୍ତର ଦାମୋଦର ରାଉତ ବିରୋଧ କରୁଥିଲେ। ସେ ଚାହୁଁଥିଲେ ପାରାଦୀପ ଏକ ନିର୍ବାଚନମଣ୍ଡଳୀ ନହେଉ। ଯେତେବେଳେ ପାରାଦୀପ ନିର୍ବାଚନମଣ୍ଡଳୀ ହେଲା, ସେତେବେଳେ ମୁଁ ଏଠାରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିଲି। କିନ୍ତୁ ଦୁର୍ଭାଗ୍ୟ, ମୋତେ ସେ ସୁଯୋଗ ମିଳିଲା ନାହିଁ। ମୁଁ ଚାଲିଗଲି କଟକ ଓ ଦାମବାବୁ ଏଠାରୁ ପ୍ରାର୍ଥୀ ହେଲେ। ହେଲେ ଏହି ୧୦ ବର୍ଷ ଭିତରେ ଏଠାକାର ଲୋକେ ହସି ପାରିଲେ ନାହିଁ। ଦଳୀୟ କର୍ମୀମାନେ କେଉଁଠି ନିଯୁକ୍ତି ପାଇଲେ ନାହିଁ। ଯିଏ ତାଙ୍କ (ଦାମବାବୁ) ପାଖକୁ ଗଲା, ପୁଳାଏ ପୁଳାଏ ଗାଳି ଖାଇ ଫେରିଲା। ମାଆମାନଙ୍କ ସହିତ ମଧ୍ୟ ସେମିତି ବ୍ୟବହାର କଲେ। ତା’ପରେ କହିଲେ ବିଜୁବାବୁ ମୋତେ ପାରାଦୀପର ଦାୟିତ୍ୱ ଦେଇ ଯାଇଛନ୍ତି।”

ସେ ଆହୁରି କହିଛନ୍ତି-“ଦାମବାବୁ ସବୁବେଳେ କହୁଥିଲେ କାହାକୁ ପାରାଦୀପ ମାଟି ମଡ଼େଇ ଦେବିନାହିଁ। ଏହା ସତ୍ତ୍ୱେ ମଧ୍ୟ ହଜାର ହଜାର ଲୋକ ତାଙ୍କ(ଦାମବାବୁଙ୍କ) ପିଠି ଚଢ଼ି ଶୋଭାଯାତ୍ରାରେ ଆମକୁ ସଭା ସ୍ଥଳକୁ ପାଛୋଟି ନେଲେ। ସେ ଦେଖିପାରୁ ନାହାନ୍ତି କି? ଏଥିରୁ ଜଣାପଡ଼ୁଛି ଦାମବାବୁଙ୍କର ବୟସ ହୋଇଗଲାଣି। ତେଣୁ ତାଙ୍କର ଅବସର ନେବା ଦରକାର। ତାଙ୍କର ଆଉ ନବୀନ ପଟ୍ଟନାୟକଙ୍କ ସହିତ ଲଢ଼ିଲା ପରି ବୟସ ନାହିଁ। ଯଦି ତାଙ୍କର ବୟସ ଥାଆନ୍ତା, ତାହାହେଲେ ଏହି ଅଞ୍ଚଳର ଯୁବପିଢ଼ି ବେକାରୀ ରହିନଥାଆନ୍ତେ। ସେମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଥାଆନ୍ତେ। ମାତ୍ର ଦାମବାବୁ ତାହା କରିନାହାନ୍ତି। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଲଢ଼େଇ କରିବୁ।”



from Odisha Reporter https://ift.tt/2DCTaN0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages