ପଞ୍ଜାବରେ ପଶିଛନ୍ତି ୭ ଜୈଶ ଆତଙ୍କୀ, ଦିଲ୍ଲୀରେ ହାଇଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ପଞ୍ଜାବରେ ପଶିଛନ୍ତି ୭ ଜୈଶ ଆତଙ୍କୀ, ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍‌ରେ ଆତଙ୍କବାଦୀ ଆକ୍ରମଣର ଭୟ ଟଳି ନଥିବା ବେଳେ ଆଜି ଗୁଇନ୍ଦା ବିଭାଗ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ପାକିସ୍ତାନରେ ସକ୍ରିୟ ମୌଲାନା ମାସୁଦ ଆଝାର ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୭ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ଏମାନେ ଅନୁପ୍ରବେଶ କରି ପଞ୍ଜାବର ଫିରୋଜପୁରରେ ଲୁଚି ରହିଛନ୍ତି।

ଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଏମାନଙ୍କୁ ଜୈଶ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆତଙ୍କବାଦୀମାନେ ଦିଲ୍ଲୀକୁ ଆସିବାକୁ ଯୋଜନା ଚଳାଇଥିବା ଗୁଇନ୍ଦା ରିପୋର୍ଟ ଦେଇଛି। ଏହି ତଥ୍ୟ ମିଳିବା ପରେ ଦିଲ୍ଲୀରେ ଏକ ପ୍ରକାରର ହାଇଆଲଟ ଜାରି କରାଯାଇଛି। ସେହିପରି ପଞ୍ଜାବର ଫିରୋଜପୁରରେ ସର୍ଚ୍ଚ ଅପରେସନ୍‌ ମଧ୍ୟ ଜୋରଦାର କରାଯାଇଛି।

ଗତକାଲି ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ପଞ୍ଜାବର ମାଧୋପୁରରୁ ଏକ କାର୍‌କୁ ଚୋରି କରିନେଇ ଯାଇଥିଲେ। ଏମାନେ ପଠାନ୍‌କୋଟ୍‌ରେ ହମ୍‌ଲା କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ଆଜି ଗୁଇନ୍ଦା ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ, ଗତକାଲିର କାର୍‌ ଚୋରି ଏବଂ ଜୈଶର ୭ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ମଧ୍ୟରେ ଲିଙ୍କ ରହିଛି। ସେହି ୭ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ କିଛି ସଦସ୍ୟ କାର୍‌ଟିକୁ ଚୋରି କରିଥାଇପାରନ୍ତି।

ଏହି ଆତଙ୍କବାଦୀମାନେ ସଡ଼କ ପଥରେ ପଞ୍ଜାବରୁ ଦିଲ୍ଲୀ ଆସି କୌଣସି ବଡ଼ଧରଣର ଆତଙ୍କବାଦୀ ହମ୍‌ଲା କରିବାକୁ ଯୋଜନା କରିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ପଞ୍ଜାବରେ ମଧ୍ୟ ବଡ଼ଧରଣର ଆତଙ୍କବାଦୀ ହମ୍‌ଲା କରିବାକୁ ଏମାନେ ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ଆଶଙ୍କା ପ୍ରକାଶ କରିଛି। ଏହି ତଥ୍ୟ ମିଳିବା ପରେ ସମଗ୍ର ପଞ୍ଜାବ ଓ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍‌ ସେଲ ଉପରେ ହାଇଆଲର୍ଟ ଜାରି କରାଯାଇଛି।



from Odisha Reporter https://ift.tt/2DGoSJg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages