କୋର୍ଟଙ୍କୁ ଜଣାଇଲା କେନ୍ଦ୍ର: ନ୍ୟାଶନାଲ୍‌ ହେରାଲ୍ଡ ଅଫିସକୁ ଖାଲି କରାଯିବ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

କୋର୍ଟଙ୍କୁ ଜଣାଇଲା କେନ୍ଦ୍ର: ନ୍ୟାଶନାଲ୍‌ ହେରାଲ୍ଡ ଅଫିସକୁ ଖାଲି କରାଯିବ ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ସହ ସମ୍ପର୍କ ରଖିଥିବା ନ୍ୟାଶନାଲ ହେରାଲ୍ଡର ଅଫିସ ଓ ଜମିକୁ ଏବେ ଖାଲି କରାଯିବାର ପ୍ରସ୍ତାବ ନାହିଁ। ନ୍ୟାଶନାଲ୍‌ ହେରାଲ୍ଡ ମାମଲାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟ ଘଟଣାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି। କୋର୍ଟ ନଭେମ୍ବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍‌ ତୁଷାର ମେହେଟା କୋର୍ଟଙ୍କୁ ଏକଥା କହିଛନ୍ତି।

ନ୍ୟାଶନାଲ୍‌ ହେରାଲ୍ଡକୁ ନିଜ ପାଖରେ ରଖିଥିବା ଆସୋସିଏଟ୍‌ ଜର୍ଣ୍ଣାଲ ଲିଃ (ଏଜେଏଲ୍‌)ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏଜେଏଲ୍‌ ପକ୍ଷରୁ କୁହାଯାଇଥିଲା ଯେ ୫୬ ବର୍ଷର ଲିଜ୍‌କୁ ଖାରଜ କରି ସରକାର ହେରାଲ୍ଡ ହାଉସ୍‌ ଖାଲି କରିବାକୁ ଅକ୍ଟୋବର ୩୦ରେ ନୋଟିସ୍‌ କରିଛନ୍ତି। କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି ସରକାର ଏଭଳି କରୁଛନ୍ତି। ଏପରି କି ଏଜେଏଲ୍‌ କୋର୍ଟରେ ଏଭଳି ନୋଟିସ୍‌ ବିରୋଧରେ କରିଥିବା ଆବେଦନର ଶୁଣାଣି ହୋଇ ନଥିଲେ ହେଁ କେନ୍ଦ୍ର ସରକାର ଆଜି ହେରାଲ୍ଡ ହାଉସ୍‌କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ଏଜେଏଲ୍‌ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନ୍‌ଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ କୋର୍ଟଙ୍କୁ କହିଥିଲେ। ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

କଂଗ୍ରେସ ନେତା ଓ ଗାନ୍ଧି ପରିବାର କେଉଁଭଳି ଭାବେ ଦୁର୍ନୀତି କରନ୍ତି, ତା’ର ଜ୍ୱଳନ୍ତ ଉଦାହରଣ ନ୍ୟାଶନାଲ୍‌ ହେରାଲ୍ଡ ସ୍କାମ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ସାଂସଦ ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ଏଜେଏଲ୍‌ ସେ ସମୟରେ ନ୍ୟାଶନାଲ୍‌ ହେରାଲ୍ଡ ସହ ଅନ୍ୟ ୨ଟି ଖବରକାଗଜ ଚଳାଉଥିଲା। ଏହି ଋଣ ପରିମାଣକୁ ଦଳୀୟ ପାଣ୍ଠିରୁ ପରିଶୋଧ କରା ଯାଇଥିବା ଶ୍ରୀ ସ୍ୱାମୀ ଅଭିଯୋଗ କରିଛନ୍ତି। ଏଜେଏଲ୍‌କୁ ଦିଆଯାଇଥିବା ୯୦ କୋଟିର ଋଣ ପଛରେ ବ୍ୟାପକ ଅନିୟମିତତା ହୋଇଥିବା ଶ୍ରୀ ସ୍ୱାମୀ ଅଭିଯୋଗ କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



from Odisha Reporter https://ift.tt/2qO4ldp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages