ରଣକ୍ଷେତ୍ର ପାଲଟିଲା ଶ୍ରୀଲଙ୍କା ସଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ରଣକ୍ଷେତ୍ର ପାଲଟିଲା ଶ୍ରୀଲଙ୍କା ସଂସଦ

କଲମ୍ବୋ: ପ୍ରଧାନମନ୍ତ୍ରୀ ପଦକୁ ନେଇ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଆଜି ତୀବ୍ର ରୂପ ଧାରଣ କରିଛି। ଆସ୍ଥା ଭୋଟରେ ହାରିଥିବା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଓ ରାଷ୍ଟ୍ରପତି କ୍ଷମତାଚ୍ୟୁତ କରିଥିବା ରାନୀଲ ବିକ୍ରମସିଂହେଙ୍କ ଦଳର ସାଂସଦମାନଙ୍କ ମଧ୍ୟରେ ଆଜି ସଂସଦରେ ପ୍ରବଳ ମାରପିଟ୍‌ ଘଟିଛି। ଏପରି କି ରାଜପାକ୍ଷେଙ୍କ ସମର୍ଥକ ସାଂସଦମାନେ ବାଚସ୍ପତି କାରୁ ଜୟସୂରିୟାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହାନ୍ତି।

ଗତକାଲି ସଂସଦରେ ଭଏସ୍‌ ଭୋଟ୍‌ ଜରିଆରେ ଆସ୍ଥା ଭୋଟ୍‌ ହୋଇଥିଲା। ଏଥିରେ ରାଜପାକ୍ଷେ ପରାସ୍ତ ହେବାରୁ ସେ ଆଉ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିବେ ନାହିଁ। ବର୍ତ୍ତମାନ ଦେଶରେ କୌଣସି ସରକାର ନାହାନ୍ତି ଏବଂ କେହି ବି ପ୍ରଧାନମନ୍ତ୍ରୀ ନାହାନ୍ତି। ଏବେ ନା ରାଜପାକ୍ଷେ ନା ବିକ୍ରମସିଂହେ କେହି ବି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ବାଚସ୍ପତି କାରୁ ଜୟସୂରିୟା କହିଥିଲେ।

ତେବେ ଏହାକୁ ରାଜପାକ୍ଷେ ବିରୋଧ କରିବା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବାଚସ୍ପତିଙ୍କର କ୍ଷମତା ନାହିଁ ବୋଲି କହିଥିଲେ। “ଏବେ ଡିଭିଜନ ଭୋଟ୍‌ ହେବା ଦରକାର। ଭୋଟ୍‌ ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଇଁ ଭଏସ ଭୋଟ୍‌ ଠିକ୍‌ ନୁହେଁ। ବାଚସ୍ପତି କେବେ ହେଲେ ପ୍ରଧାନମନ୍ତ୍ରୀ ନିଯୁକ୍ତ କିମ୍ବା କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଚୟନ କରିପାରିବେ ନାହିଁ” ବୋଲି ସେ କହିଥିଲେ। କାରୁ ଜୟସୂରିୟା ନିଜ ଦଳ ୟୁଏନ୍‌ପିକୁ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ।

ଚାଲିଲା ବିଧା ଗୋଇଠା

ଏହା ପରେ ବିରୋଧମାନେ ଭୋଟ୍‌ ପାଇଁ ଦାବି କରିବାରୁ ଗୃହରେ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହୋଇଥିଲା। ରାଜପାକ୍ଷେଙ୍କ ସମର୍ଥନରେ କିଛି ସାଂସଦ ଗୃହର ମଧ୍ୟ ଭାଗରେ ପାଟିତୁଣ୍ଡ କରିଥିବା ବେଳେ ଆଉ କିଛି ବାଚସ୍ପତିଙ୍କ ଟେବୁଲ ଆଡ଼କୁ ମାଡ଼ି ଯାଇଥିଲେ। ଏହି ସମୟରେ ବିକ୍ରମସିଂହେଙ୍କ ସାଂସଦମାନେ ଏହାକୁ ବିରୋଧ କରିବାକୁ ମାରପିଟ୍‌ର ସୂତ୍ରପାତ ହୋଇଥିଲା। ସାଂସଦମାନେ ପରସ୍ପରକୁ ତଳେ ପକାଇ ବିଧା ଗୋଇଠା ମାରିଥିଲେ। ରାଜପାକ୍ଷେଙ୍କ ଦଳର ସାଂସଦମାନେ ପାଣି ବୋତଲ ଓ ବହି ଫୋପାଡ଼ିବା ସହ ବାଚସ୍ପତିଙ୍କ ମାଇକ୍‌ ଛଡ଼ାଇ ଆଣିଥିଲେ। ଦୀର୍ଘ ୩୦ ମିନିଟ୍‌ ଧରି ସଂସଦ ରଣକ୍ଷେତ୍ର ପାଲଟିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଅକ୍ଟୋବର ୨୬ରେ ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ବିକ୍ରମସିଂହେଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ରାଜପାକ୍ଷେଙ୍କୁ ନିଯୁକ୍ତି ଦେଇଥିଲେ। ଏହାର କିଛି ଦିନ ପରେ ସିରିସେନା ସଂସଦଙ୍କୁ ଭଙ୍ଗ କରିବା ସହ ଜାନୁଆରୀ ୫ରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ତେବେ ଏହାକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ଆସନ୍ତାମାସ ଯାଏ ନିର୍ବାଚନ ପ୍ରକ୍ରିୟା ବନ୍ଦ କରିବାକୁ କହିଥିଲେ। ଇତି ମଧ୍ୟରେ ଆସ୍ଥା ଭୋଟ୍‌ ହୋଇଥିବା ବେଳେ ରାଜପାକ୍ଷେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିଲେ। ୨୨୫ ସାଂସଦ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୧୩।



from Odisha Reporter https://ift.tt/2OJOshy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages