‘ଖବରକାଗଜରେ ମିଛ ବିଜ୍ଞାପନ ଦେଉଛନ୍ତି ଓଡ଼ିଶା ସରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

‘ଖବରକାଗଜରେ ମିଛ ବିଜ୍ଞାପନ ଦେଉଛନ୍ତି ଓଡ଼ିଶା ସରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ଓଡ଼ିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଦେଇ ମିଛ ଖବର ପ୍ରଚାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଗୃହ ନିର୍ମାଣ ପ୍ରସଙ୍ଗରେ ମିଥ୍ୟା ଓ ଅତିରଞ୍ଜିତ ତଥ୍ୟକୁ ଉପଯୋଗ କରି ସରକାରୀ ବିଜ୍ଞାପନ ପ୍ରକାଶ ପାଉଥିବାରୁ ଗତ ଅକ୍ଟୋବର ମାସରେ ଓଡ଼ିଶା ସରକାରଙ୍କୁ ଆକାଉଣ୍ଟାଣ୍ଟ ଜେନେରାଲ ବି.ବସନ୍ତିଆ ସ୍ପଷ୍ଟୀକରଣ ମାଗିଛନ୍ତି।

ବିଜ୍ଞାପନରେ ୨୦୧୪ ଏପ୍ରିଲରୁ ୨୦୧୮ ସେପ୍ଟେମ୍ବର ମାସ ୪ ବର୍ଷ ମଧ୍ୟରେ ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ ପକ୍କାଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି। ଏହି ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଜରିଆରେ କୁହାଯାଇଛି ଯେ “ସମଗ୍ର ଦେଶରେ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ଓଡ଼ିଶା ଅଗ୍ରଣୀ’।

ତେବେ କଂଗ୍ରେସ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ୧୯.୫୩ ଲକ୍ଷ ପକ୍କାଘର ନିର୍ମାଣ ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ଅତିରଞ୍ଜିତ ବୋଲି ଆକାଉଣ୍ଟାଣ୍ଟ ଜେନେରାଲ କହିଛନ୍ତି। ବାସ୍ତବରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟର ୱେବ୍‌ସାଇଟ୍ (ଆବାସସଫ୍ଟ) ଦ୍ୱାରା ସରଜମିନ୍ ତର୍ଜମା ପରେ, ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଥିବା ଜଣାପଡ଼ିଛି। ତେଣୁ ବାହାବାଃ ନେବା ପାଇଁ ନବୀନବାବୁ ୮ ଲକ୍ଷ ୪୪ ହଜାର ‘ଭୂତଗୃହ’ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି।

ଏହାବ୍ୟତୀତ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଗୃହର ସଂଖ୍ୟା ମାତ୍ର ୪୫% ପ୍ରତିଶତ। ଅର୍ଥାତ୍ ବାସ୍ତବରେ ମାତ୍ର ୫ ଲକ୍ଷ ଗୃହ ରାଜ୍ୟ ନିର୍ମାଣ କରିଥିବା ବେଳେ, ନବୀନବାବୁ ମିଛରେ ୧୯ ଲକ୍ଷ ୫୩ ହଜାର ଗୃହ ନିର୍ମାଣ କରିଛନ୍ତିି ବୋଲି ପ୍ରଚାର କରୁଛନ୍ତି। ତେଣୁ ନବୀନ ବାବୁ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ଓ ବିଜ୍ଞାପନ ଜରିଆରେ ତ୍ରୁଟି ସଂଶୋଧନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।



from Odisha Reporter https://ift.tt/2E7q490

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages