ନିଲମ୍ୱିତ ହେଲେ ତିନି ପୁଲିସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ନିଲମ୍ୱିତ ହେଲେ ତିନି ପୁଲିସ କର୍ମଚାରୀ

ଜୟପୁର(ଓଡ଼ିଶା ରିପୋର୍ଟର): ଜୟପୁର କୋର୍ଟ ପରିସରରୁ ଦୁଇ କୁଖ୍ୟାତ ଡକାୟତ ଚମ୍ପଟ ମାମଲାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ଜଣ କନ୍‌ଷ୍ଟେବଲ ଓ ଜଣେ ହାବିଲ୍‌ଦାର୍‌ଙ୍କୁ କୋରାପୁଟ ଏସ୍‌ପି କନୱର ବିଶାଲ ସିଂହ ନିଲମ୍ବିତ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ଭି.ରଘୁନାଥ ରାଓ।

ନିଲମ୍ୱିତ ହୋଇଥିବା ଦୁଇ କନ୍‌ଷ୍ଟେବଲ ହେଲେ ଭିକାରୀ ନାୟକ, ପି.ଗୁପ୍ତେଶ୍ୱର ରାଓ ଓ ହାବିଲଦାର ରାଜେନ୍ଦ୍ର କୁମାର ସ୍ୱାଇଁ। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ଥିବା ଲାଲାବାହାଦୂର ଦର୍ଜୀ ଓ ପି.ପବନ କୁମାରକୁ କୋର୍ଟରେ ହାଜର ପାଇଁ ଏମାନେ ନେଇଥିଲେ। ଦୁଇ କୁଖ୍ୟାତ ଡକାୟତ ପରିସ୍ରା ବାହାନା କରି ସେଠାରୁ ଚମ୍ପଟ ମାରିଥିଲେ। ସେମାନଙ୍କୁ ଧରିବାକୁ ଦୁଇଟି ଟିମ୍ ଗଠନ କରାଯାଇଛି।



from Odisha Reporter https://ift.tt/2Q3Q7UI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages