ପୋଲାଭରମ୍‌ ପାଇଁ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ପୋଲାଭରମ୍‌ ପାଇଁ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି

polavaram

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ଲାଗି ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୋଲାଭରମ୍‌ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଅଞ୍ଚଳରେ ଜନଶୁଣାଣି କରା ନଯାଇ କିପରି ପ୍ରକଳ୍ପ କରାଯାଇପାରିବ ବୋଲି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜନଶୁଣାଣିର ଆଧାର କ’ଣ ହେବ ସେନେଇ ଶନିବାର ସୁଦ୍ଧା ଟର୍ମସ୍‌ ଆଣ୍ଡ କଣ୍ଡିସନ୍‌ ଦାଖଲ ଲାଗି କୋର୍ଟ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଓଡ଼ିଶା ଓ ଛତିଶଗଡ଼ର ଶହଶହ ଆଦିବାସୀ ପରିବାର ନ୍ୟାୟ ପାଇବା ଆଶା ଉଦ୍‌ଜୀବିତ ହୋଇଛି। କାରଣ ପୋଲାଭରମ୍‌ ଦ୍ୱାରା ପ୍ରଭାବିତ ହେଉଥିଲେ ବି ଏମାନଙ୍କ ଗାଁରେ ଜନଶୁଣାଣି ହୋଇନଥିଲା କି ଥାଇଥାନ ଲାଗି କୌଣସି ବ୍ୟବସ୍ଥା କରାଯାଇନଥିଲା। ବିଳମ୍ବରେ ହେଲେ ମଧ୍ୟ ସୁପ୍ରିମକୋର୍ଟ ଜନଶୁଣାଣି ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶା ଓ ଛତିଶଗଡ଼ ସରକାର ଜନଶୁଣାଣି କରାଉ ନଥିବା କେନ୍ଦ୍ର ସରକାର ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ତେବେ ବିନା ଜନଶୁଣାଣିରେ ପ୍ରକଳ୍ପ କିପରି ହେବ ବୋଲି କୋର୍ଟ ପ୍ରଶ୍ନ କରିବା ସହ ଶନିବାର ସୁଦ୍ଧା ଜନଶୁଣାଣିର ଟର୍ମସ୍ ଆଣ୍ଡ କଣ୍ଡିସନ୍‌ ଦାଖଲ ଲାଗି ଉଭୟ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏପଟେ କୋର୍ଟଙ୍କ ରାୟକୁ ରାଜ୍ୟରେ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯାଇଛି। ପ୍ରକଳ୍ପ କାମ ସରିବାକୁ ବସିଥିବା ବେଳେ ଏଥିରୁ ପ୍ରଭାବିତ ଲୋକଙ୍କୁ କେତେ ଫାଇଦା ମିଳିବ ଓ ଓଡ଼ିଶାର ସ୍ୱାର୍ଥ କେତେ ରକ୍ଷା ହେଇପାରିବ ସେ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେହିପରି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ସୁପ୍ରିମକୋର୍ଟରେ ମାମଲାର ସନ୍ତୋଷଜନକ ଅଗ୍ରଗତି ହୋଇପାରି ନଥିବା ଅଭିଯୋଗ କରିଛି ବିଜେପି।ହେଲେ କୋର୍ଟଙ୍କ ରାୟ ଦ୍ୱାରା ଆଦିବାସୀ ସେମାନଙ୍କ ହକ୍ ପାଇବେ ବୋଲି ବିଜେଡି କହିଛି। ପୋଲାଭରମ୍‌ ପ୍ରକଳ୍ପର ଉଚ୍ଚତା ହ୍ରାସ ଲାଗି ରାଜ୍ୟ ସରକାର ଦାୟର କରିଥିବା ମାମଲା ଚାଲୁ ରଖିବେ ବୋଲି ବିଜେଡି ସଂସଦୀୟ ଦଳ ମୁଖପାତ୍ର କଳିକେଶ ସିଂହଦେଓ କହିଛନ୍ତି।

ପୋଲାଭରମ୍ ଡ୍ୟାମ୍‌ ଡିଜାଇନ ଖାସ୍ କରି ଏହାର ଉଚ୍ଚତାକୁ ନେଇ ଓଡ଼ିଶା ଆପତ୍ତି ଉଠାଇଛି। ଏହାଦ୍ୱାରା ମାଲକାନଗିରିର ୭ଟି ପଞ୍ଚାୟତର ୪୦ଟି ଆଦିବାସୀ ଅଧ୍ୟୁଷିତ ଗାଁ ଓ ଉର୍ବର ଜମି ଜଳମଗ୍ନ ହୋଇଯିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ସେହିପରି ବିବାଦର ସମାଧାନ ନହେବା ଯାଏ କାମ ବନ୍ଦ ରଖିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



from Odisha Reporter https://ift.tt/2TX4JUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages