
ଶ୍ରୀନଗର: ଦେଶରେ ହଇଚଇ ସୃଷ୍ଟି କରିଥିବା କଶ୍ମୀରର କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ପୂର୍ବରୁ ୮ ବର୍ଷର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଥିବା ତାଙ୍କ ମହିଳା ଓକିଲ ଦୀପିକା ରାଜୱତଙ୍କୁ ଆଜି ଏଥିରୁ ହଟାଇ ଦିଆଯାଇଛି। ପୂର୍ବରୁ ସେ କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ଗଣମାଧ୍ୟମ ଆଗରେ କହୁଥିଲେ।
କିନ୍ତୁ କୋର୍ଟରେ ମାମଲା ପରିଚାଳନା ବେଳେ ଏଯର୍ପ୍ୟନ୍ତ ମାତ୍ର ଦୁଇ ଥର ହାଜର ହୋଇ ପକ୍ଷ ରଖିଛନ୍ତି। ଏପରି ସ୍ଥିତିରେ ପୀଡ଼ିତାଙ୍କ ବାପା ତାଙ୍କୁ ମାମଲାରୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବା ପଞ୍ଜାବର ପଠାନକୋଟ କୋର୍ଟରେ ପୀଡ଼ିତାଙ୍କ ବାପା ଏସମ୍ପର୍କରେ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି। ପୀଡ଼ିତାଙ୍କ ବାପା କହିଛନ୍ତି, ମାମଲାର ଶୁଣାଣି ୧୦୦ ଥର ହେଲାଣି। କୋର୍ଟରେ ୧୦୦ ଜଣ ସାକ୍ଷୀ ନିଜର ପକ୍ଷ ରଖି ସାରିଲେଣି। କିନ୍ତୁ ମୋ ଝିଅର ମାମଲା ପରିଚାଳନା କରୁଥିବା ଶ୍ରୀମତୀ ଦୀପିକା କେବଳ ଦୁଇଥର ହିଁ କୋର୍ଟରେ ହାଜର ହୋଇଛନ୍ତି।
କଠୁଆ ମାମଲା ପରିଚାଳନା କରୁଥିବାରୁ ଦୀପିକାଙ୍କୁ ପୂର୍ବରୁ କୁଆଡ଼େ ହତ୍ୟା ଧମକ ମିଳୁଥିଲା। ଏହାକୁ ନେଇ ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।
ଜାନୁଆରୀ ମାସରେ ୮ ବର୍ଷୀୟ ଜଣେ ଶିଶୁଙ୍କୁ ଅପହରଣ କରାଯିବା ପରେ ଅତ୍ୟନ୍ତ ଅମାନୁଷିକ ଭାବେ ଗଣଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିଲା। ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜି ରାମ ସମେତ ପୁଲିସ୍ ୮ ଜଣଙ୍କୁ ଗିରଫ କରିଥିଲା ଏବଂ ସେମାନେ ଏବେ ଜେଲରେ ଅଛନ୍ତି।
from Odisha Reporter https://ift.tt/2qJ8lMq
No comments:
Post a Comment